ନୂଆଦିଲ୍ଲୀ: G-20 ସମ୍ମିଳନୀ ପୂର୍ବରୁ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ବସୁଧୈବ କୁଟୁମ୍ବକମ୍'ର ଅର୍ଥ ସାରା ବିଶ୍ବ ଗୋଟିଏ ପରିବାର ସଦୃଶ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଗୋଟିଏ ପରିବାରର ଜଣେ ଜଣେ ସଦସ୍ୟ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା G-20 ସମ୍ମିଳନୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବାକୁ ଥିବାବେଳେ ସମସ୍ତଙ୍କୁ ନିଜର ପରିବାର ବୋଲି ସମ୍ବୋଧନ କରିଛନ୍ତି ମୋଦି ।
-
The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India's age-old artistry and traditions. https://t.co/uFEcx22jgi
— Narendra Modi (@narendramodi) September 6, 2023 " class="align-text-top noRightClick twitterSection" data="
">The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India's age-old artistry and traditions. https://t.co/uFEcx22jgi
— Narendra Modi (@narendramodi) September 6, 2023The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India's age-old artistry and traditions. https://t.co/uFEcx22jgi
— Narendra Modi (@narendramodi) September 6, 2023
ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତା ଗସ୍ତ କରିଥିଲେ । ସେଠାରେ ଆୟୋଜିତ ହୋଇଥିବା 20ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ ସାରା ବିଶ୍ବ ସମ୍ମୁଖରେ ଭାରତର ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ, ଏହି ଭାବନା ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅଟେ । ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଆଜିର ଏହି ଆଲୋଚନା ମାଧ୍ୟମରେ ଭାରତ ଏବଂ ଏସିଆନ୍ ଅଞ୍ଚଳର ଭବିଷ୍ୟତକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଁ ନିଶ୍ଚିତ ।"
-
#PMModi gets rousing welcome from #Indiandiaspora in #Indonesia https://t.co/pZyDMfDOzY
— ETV Bharat (@ETVBharatEng) September 7, 2023 " class="align-text-top noRightClick twitterSection" data="
">#PMModi gets rousing welcome from #Indiandiaspora in #Indonesia https://t.co/pZyDMfDOzY
— ETV Bharat (@ETVBharatEng) September 7, 2023#PMModi gets rousing welcome from #Indiandiaspora in #Indonesia https://t.co/pZyDMfDOzY
— ETV Bharat (@ETVBharatEng) September 7, 2023
"ଆମର ପାରସ୍ପରିକ ସହଯୋଗରେ ନିରନ୍ତର ଅଗ୍ରଗତି ହେଉଛି । ମହାମାରୀକୁ ମାତ୍ ଦେଇ ବିଭିନ୍ନ ଦେଶରେ ସହଭାଗିତା ଯୋଗୁଁ ବିଶ୍ବର ଅଗ୍ରଗତି ହୋଇ ପାରିଛି। ସେହିପରି ଆମେ କେବଳ ଜିଡିପି-କୈନ୍ଦ୍ରିକ ଦୃଷ୍ଟିକୋଣରୁ ନଜର ହଟାଇ ମାନବ-କୈନ୍ଦ୍ରିକ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ରହିଛି। ସେପରି ଯୋଗାଣ କ୍ଷେତ୍ରରେ 'ସପ୍ଲାଏ ଚେନ୍' ମଧ୍ୟ ବୃଦ୍ଧି ପାଇଛି" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ମଧ୍ୟ ବଖାଣିବା ସହ ସେ କହିଛନ୍ତି, "ପ୍ରାଚୀନ କାଳରୁ ପ୍ରକୃତି ଓ ପରିବେଶ ସହିତ ସୁସମ୍ପର୍କ ସ୍ଥାପନ ଦିଗରେ ଗୁରୁତ୍ବ ଦେଇ ଆସିଛି ଭାରତ । ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ ପରିବର୍ତ୍ତନରେ ସନ୍ତୁଳନ ରକ୍ଷା ଦିଗରେ କାର୍ଯ୍ୟ ପ୍ରତି ଆମର ଅବଦାନ ରହିଛି । 2015ରେ, ଆମେ ଅନ୍ତର୍ଜାତୀୟ ସୋଲାର ଆଲାଇନ୍ସ ଆରମ୍ଭ କରିଛୁ । ଯାହାକି ବର୍ତ୍ତମାନ ଦେଶର ଅର୍ଥନୀତିରେ ଲାଭଦାୟକ ହୋଇଛି ।"
-
US President Biden all set to travel to India for G20 Summit: White House #BidenIndia #PMModi #Biden #Bilateral #USIndiahttps://t.co/X55LqseDry
— ETV Bharat (@ETVBharatEng) September 7, 2023 " class="align-text-top noRightClick twitterSection" data="
">US President Biden all set to travel to India for G20 Summit: White House #BidenIndia #PMModi #Biden #Bilateral #USIndiahttps://t.co/X55LqseDry
— ETV Bharat (@ETVBharatEng) September 7, 2023US President Biden all set to travel to India for G20 Summit: White House #BidenIndia #PMModi #Biden #Bilateral #USIndiahttps://t.co/X55LqseDry
— ETV Bharat (@ETVBharatEng) September 7, 2023
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି,"ଭାରତ ହେଉଛି ଅଭିବୃଦ୍ଧିଶୀଳ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର। ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସଶକ୍ତ କରିପାରିଛି । ମହାକାଶଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥନୀତିଠାରୁ ଉଦ୍ୟୋଗୀ ପର୍ଯ୍ୟନ୍ତ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗେଇ ଆସିଛନ୍ତି । ସେହିପରି ଦେଶରେ ମହିଳା ନେତୃତ୍ୱାଧୀନ ବିକାଶ ହୋଇଛି । ଅର୍ଥାତ ବିଭିନ୍ନ କ୍ଷେତ୍ରରେ ମହିଳା ନେତୃତ୍ବ ନେଉଛନ୍ତି । ଜି-20 ସମ୍ମିଳନୀର ଭାବରେ ଆମେ ବିଶ୍ବକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିପାରିବୁ ବୋଲି ଆଶା ରହିଛି । ଏଥିରେ ପ୍ରତ୍ୟେକ ଦେଶ ସହଯୋଗ କରୁଛନ୍ତି । ତେଣୁ ଆମର ପ୍ରତିଶ୍ରୁତି ଫଳାଫଳରେ ପରିଣତ ହୋଇପାରିଛି ।"