ETV Bharat / bharat

ଯେଉଁଠି ଚାକିରି, ସେଇଠି ଚଉଠି; University ଗେଷ୍ଟହାଉସରେ ମହିଳା ମନାଇଲେ ହନିମୁନ୍

ଯେଉଁଠି ଚାକିରି ସେଇଠି ଚଉଠି । ଚାକିରି କରିଥିବା ବିଶ୍ବବିଦ୍ୟାଳୟରେ ବାସର ରାତି ମନାଇଛନ୍ତି ସେଠାରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମୀ । ତେବେ ଜାଣନ୍ତୁ ପୁରା ଘଟଣା....

ବିଶ୍ବବିଦ୍ୟାଳୟର ଗେଷ୍ଟହାଉସରେ ବାସର ରାତି ମନାଇଲେ ମହିଳା କର୍ମୀ

author img

By

Published : Aug 24, 2021, 3:28 PM IST

ଅମରାବତୀ: ଯେଉଁଠି ଚାକିରି ସେଇଠି ଚଉଠି । କଥାଟା ଆପଣଙ୍କୁ ପଢିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ବାସ୍ତବରେ ଘଟିଛି ଏପରି ଘଟଣା । ଆନ୍ଧ୍ରପ୍ରଦେଶର ଜୱାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟ(JNTU K)ର ଗେଷ୍ଟ ହାଉସକୁ ସଜାଯାଇଛି ମହିଳା ସଶକ୍ତିକରଣର ନିର୍ଦ୍ଦେଶିକା ସ୍ବର୍ଣ୍ଣ କୁମାରୀଙ୍କ ଚଉଠି ରାତି ଲାଗି । ଆଉ କଥାଟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କାନରେ ପଡିବା ପରେ ଘନେଇଛି ବିବାଦ । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୫ ଜଣିଆ କମିଟି ଗଠନ କରି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ।

ବିଶ୍ବବିଦ୍ୟାଳୟର ଗେଷ୍ଟହାଉସରେ ବାସର ରାତି ମନାଇଲେ ମହିଳା କର୍ମୀ

ଏହି ବିଶ୍ବବିଦ୍ୟାଳୟଟି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ଅଞ୍ଚଳରେ ରହିଛି । ଏହି ବିଶ୍ବବିଦ୍ୟାଳୟ ମଧ୍ୟରେ ଥିବା ଗେଷ୍ଟ ହାଉସଟି କେବଳ ଅଫିସ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଏହି ଗେଷ୍ଟ ହାଉସଟି ରହିଛି । ବିଶ୍ବବିଦ୍ୟାଳୟର କର୍ମକର୍ତ୍ତାମାନେ ଏହି ଗେଷ୍ଟହାଉସକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ରୁମଟି ଅଗଷ୍ଟ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ମହିଳା ସଶକ୍ତିକରଣର ନିର୍ଦ୍ଦେଶିକା ସ୍ବର୍ଣ୍ଣ କୁମାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟ ଲାଗି ବୁକ୍‌ ହୋଇଥିଲା । ସ୍ବର୍ଣ୍ଣ କୁମାରୀ ନୂଆ କରି ବିବାହ କରିଥିବା ବେଳେ ଏହି ନବଦମ୍ପତିଙ୍କ ବାସର ରାତି ଲାଗି ବ୍ୟବହାର ହୋଇଥିଲା ଗେଷ୍ଟ ହାଉସ ।

ତେବେ ଘଟଣାଟି ଛାତ୍ରଛାତ୍ରୀ ଓ ଅନ୍ୟ ଲୋକଙ୍କ କାନରେ ପଡିବା ପରେ ବିବାଦରେ ଫସିଯାଇଛନ୍ତି ସ୍ବର୍ଣ୍ଣଙ୍କ ସହିତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଗେଷ୍ଟହାଉସକୁ ଚଉଠି ରାତି ଲାଗି ଅତି ସୁନ୍ଦର ଭାବରେ ସଜାଯାଇଥିଲା । ଏହାର ଭିଡ଼ିଓ ମଧ୍ୟ ଲିକ ହୋଇଛି । ବିଶ୍ବବିଦ୍ୟାଳୟରେ ଗେଷ୍ଟହାଉସକୁ ଏପରି ବ୍ୟକ୍ତିଗତ କାର୍ଯ୍ୟ ଲାଗି କିପରି ବ୍ୟବହାର କରାଯାଇଛି ବୋଲି ଛାତ୍ରଛାତ୍ରୀ ଓ ଅନ୍ୟମାନେ ପ୍ରଶ୍ନ କରିଛନ୍ତି । ସେପଟେ JNTUK କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବା ପାଇଁ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ବିଶ୍ବବିଦ୍ୟାଳୟରେ ପଚରାଉଚୁରା କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.