ହାଇଦ୍ରାବାଦ: ଦେଶର ସବୁଠାରୁ ବଡ଼ ହେଲିକପ୍ଟର ୟୁନିଟ୍ ଏବଂ ଭାରତୀୟ ବାୟୁସେନାରେ (IAF) ହେଲିକପ୍ଟର ତାଲିମ କେନ୍ଦ୍ରରେ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ଏଥିସହ ଭାରତୀୟ ବାୟୁସେନାର ତାଲିମ ପ୍ରାପ୍ତ ପାଇଲଟ ନିଜର କୌଶଳ ପ୍ରଦର୍ଶନ କରିଛନ୍ତି । ତେବେ ଆଜିର ଏହି ହୀରକ ଜୟନ୍ତୀ ଉତ୍ସବରେ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ, ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ଏଓସି-ଇନ୍-ସି), ଟ୍ରେନିଂ କମାଣ୍ଡ ଆଇଏଏଫ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଏୟାର ଚିଫ୍ ମାର୍ଶଲ ଏଫ୍ ମେଜର (ଅବସରପ୍ରାପ୍ତ), ଆଡମିରାଲ୍ କରାମବୀର ସିଂ (ଅବସରପ୍ରାପ୍ତ), ଭେଟେରାନ ଏବଂ ସେବା ଅଧିକାରୀ ସମସ୍ତ ତିନୋଟି ସେବାରୁ ହେଲିକପ୍ଟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ତେବେ ଆଜିର ଏହି ଉତ୍ସବକୁ ସ୍ମରଣ କରିବା ପାଇଁ AOC-in-C ଟ୍ରେନିଂ କମାଣ୍ଡ ଏଚଟିଏସ (HTS)ର ସ୍ୱତନ୍ତ୍ର କଭର ଏବଂ ହୀରକ ଜୟନ୍ତୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏଥିସହ ଚଟିଏସ (HTS) ସଂଗ୍ରହାଳୟର ଉଦ୍ଘାଟନ ମଧ୍ୟ କରିଥିଲେ । ଫଳରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ୟୁନିଟ୍ ଗୁଡିକର ସମୃଦ୍ଧ ଓ ଏତିହ୍ୟ ପ୍ରଦର୍ଶନ କରିବ । ଏଥିସହ କାର୍ଯ୍ୟକ୍ରମରେ ସାରଙ୍ଗ ହେଲିକପ୍ଟର ଟିମ, ସୁରିଆକିରାନ୍ ଏରୋବାଟିକ୍ ଟିମ୍ ଏବଂ ହାଲୁକା ଯୁଦ୍ଧ ହେଲିକପ୍ଟର (LCH) ଦ୍ୱାରା ଏରିଏଲ୍ ପ୍ରଦର୍ଶନ କରାଯାଇଥିଲା ।
ସେହିପରି ଚେତକ ହେଲିକପ୍ଟର, ପାଇଲଟ ଏବଂ LCH ବିମାନ ମଧ୍ୟ ଅତୀତରେ ଭାଗ ନେଇଥିଲେ । ହେଲିକପ୍ଟର ଟ୍ରେନିଂ ସ୍କୁଲ ଦେଶ ତଥା ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ଦେଶର ହେଲିକପ୍ଟର ପାଇଲଟଙ୍କ ଅବ-ଇନିଟିଓ ଟ୍ରେନିଂ ଦେଇଥାଏ । ଦେଶର ଦକ୍ଷିଣ ଭାଗରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ୟୁନିଟ ପ୍ରଥମ ଉତ୍ତରଦାତା ଭାବରେ କାର୍ଯ୍ୟ କରିଥାନ୍ତି ।
@IANS