ଲକ୍ଷ୍ନୌ: ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ । ଉତ୍ତରପ୍ରଦେଶ ଆମ୍ବେଦକର ନଗର ଅନ୍ତର୍ଗତ ଜୈଟପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଜୈଟପୁର ଅଞ୍ଚଳର କିଛି ଲୋକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହାପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ 5 ଜଣ ଆଖି ବୁଜିଛନ୍ତି ଏବଂ 4 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ବିଷାକ୍ତ ମଦ ପିଇବା ପରେ ଏଭଳି ଘଟିଥିବା ନେଇ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେହି ସମସ୍ତ ଲୋକମାନେ ଆଜମଗଡ ଜିଲ୍ଲାର କୌଣସି ଏକ ଅଞ୍ଚଳରୁ ବିଷାକ୍ତ ମଦ କିଣି ପିଇଥିଲେ। ଯାହାଫଳରେ ସେମାନେ ଅସୁସ୍ଥ ହୋଇଥିଲେ । ତେବେ ପ୍ରାୟ 12 ଜଣ ଏହି ବିଷାକ୍ତ ମଦ ପିଇଥିବା ଜିଲ୍ଲାପାଳ କହିଛନ୍ତି । ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି ।
@PTI