ETV Bharat / bharat

କ୍ୟାବିନେଟ ମିଟିଂ ନେଇ ମିଥ୍ୟା ଭାଇରାଲ ଭିଡିଓ, ପାକିସ୍ତାନରୁ ଅପରେଟ ହେଉଥିଲା ଟ୍ବିଟର ଆକାଉଣ୍ଟ - ଶିଖ୍ ବିରୋଧି ଭିଡିଓକୁ ଅପଲୋଡ କରିଥିଲା ପାକିସ୍ତାନ

କ୍ୟାବିନେଟ ମିଟିଂ ନେଇ ମିଥ୍ୟା ଭାଇରାଲ ଭିଡିଓ ପ୍ରସଙ୍ଗରେ ମତ ରଖିଲା ଦିଲ୍ଲୀ ପୋଲିସ । ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନରୁ ସଂଚାଳିତ ହେଉଥିଲା ଟ୍ବିଟର ଆକାଉଣ୍ଟ । ୪୬ ଆକାଉଣ୍ଟକୁ ଅଚଳ କଲା ପୋଲିସ । ଅଧିକ ପଢନ୍ତୁ

ଶିଖ୍ ବିରୋଦ୍ଧରେ ଭାଇରାଲ ହୋଇଥିବା ଭିଡିଓକୁ ଅପଲୋଡ କରିଥିଲା ପାକିସ୍ତାନ

author img

By

Published : Jan 9, 2022, 10:49 PM IST

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାରତ ସରକାରଙ୍କ କ୍ୟାବିନେଟ ବୈଠକ ସମ୍ପର୍କିତ ଏକ ମିଥ୍ୟା ଭିଡିଓ ଭାଇରାଲ ହେଉଥିବା ବେଳେ, ଏହାକୁ ନେଇ ନୂଆ ତଥ୍ୟ ଆଣିଛି ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ କହିଛି, ଏହି ଭିଡିଓ ସେୟାର କରାଯାଇଥିବା ଏକାଧିକ ଟ୍ବିଟର ଆକାଉଣ୍ଟ ହ୍ୟାଣ୍ଡେଲ ଗୁଡିକ ପାକିସ୍ତାନରୁ ଅପରେଟ ହେଉଛି ଏବଂ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ଓ ପ୍ରାୟୋଜିତ ।

ଶିଖ୍ ବିରୋଦ୍ଧରେ ଭାଇରାଲ ହୋଇଥିବା ଭିଡିଓକୁ ଅପଲୋଡ କରିଥିଲା ପାକିସ୍ତାନ
ଶିଖ୍ ବିରୋଦ୍ଧରେ ଭାଇରାଲ ହୋଇଥିବା ଭିଡିଓକୁ ଅପଲୋଡ କରିଥିଲା ପାକିସ୍ତାନ

ଏଥିରେ ଶିଖ ସମ୍ପ୍ରଦାୟ ବିରୋଧରେ କିଛି ନିଷ୍ପତ୍ତି ନିଆଯାଉଥିବା ଦର୍ଶାଯିବା ସହ ଭାରତରେ ଧର୍ମୀୟ ଅସ୍ଥିରତା ସୃଷ୍ଟି କରିବା ପାଇଁ ପ୍ରୟାସ ଚାଲିଥିବା ଦିଲ୍ଲୀ ପୋଲିସ କହିଛି । IFSO ଡିସିପି କେ.ପି.ଏସ୍ ମଲହୋତ୍ରା କହିଛନ୍ତି, ଏହି ପରି ମିଥ୍ୟା ଆକାଉଣ୍ଟ ଗୋଟିଏ ନୁହେଁ ବରଂ ୪୬ ଟି ଟ୍ୱିଟର ଆକାଉଣ୍ଟ୍ ହ୍ୟାଣ୍ଡେଲ୍ ପାକିସ୍ତାନରୁ ନିୟନ୍ତ୍ରିତ ହେଉଛି । ଏବେ ତଦନ୍ତରୁ ଏହା ଜଣାପଡିବା ପରେ ସେଗୁଡିକୁ ଅଚଳ କରାଯାଇଛି ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଉକ୍ତ ମିଥ୍ୟା ଭିଡିଓରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ଏହି କ୍ୟାବିନେଟ କମିଟି ବୈଠକ ହେଉଥିବା ଦର୍ଶାଯାଇଥିଲା । ଶିଖ ସମ୍ପ୍ରଦାୟରେ ସାମାଜିକ ମତଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଥିର କିଛି ଭଏସ-ଓଭର ମଧ୍ୟ ବ୍ୟବହାର କରି ଉକ୍ତ ବୈଠକରେ ଶିଖ ସମ୍ପ୍ରଦାୟ ବିରୋଧୀ ନିଷ୍ପତ୍ତି ନିଆଯାଉଥିବା ଦର୍ଶାଇବାକୁ ଚାହିଁଛି ଷଡଯନ୍ତ୍ରକାରୀ । ଏହି ଏକାଧିକ ଭାରତ ବିରୋଧୀ ଫେକ ଆକାଉଣ୍ଟ ଗୁଡିକ ଗତବର୍ଷ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ସୃଷ୍ଟି କରାଯିବା ସହ ପାକିସ୍ତାନରୁ ନିୟମିତ ସଂଚାଳିତ କରାଯାଉଥିଲା ବୋଲି ଦିଲ୍ଲୀ ପୋଲିସ କହିଛି ।

  • A tweet referring to a viral video claim that in a #Cabinet Committee meeting on Security, there was a call for the removal of Sikhs from the Indian Army.#PIBFactCheck

    ▶️ The claim is #Fake
    ▶️ No such discussion/meeting has taken place pic.twitter.com/ESec0ALjr3

    — PIB Fact Check (@PIBFactCheck) January 7, 2022 " class="align-text-top noRightClick twitterSection" data=" ">

ଏହି ମିଥ୍ୟା ଭିଡିଓ ଗୁଡିକୁ ଟ୍ବିଟ କରାଯିବା ପରେ ଏହାକୁ କିଛି ସାଇଟ ଓ ନ୍ୟୁଜ୍ ପୋର୍ଟାଲ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅପଲୋଡ୍ କରାଯାଇଥିଲା । ତେବେ ତଦନ୍ତରୁ ମିଳିଥିବା ସୂଚନା ଆଧାରରେ ଏହି ୪୬ ଟି ଟ୍ବିଟର ଆକାଉଣ୍ଟକୁ ଅଚଳ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଦିଲ୍ଲୀ ପୋଲିସର ସ୍ପେସାଲ ସେଲ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.