ETV Bharat / bharat

TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 11, 2022, 9:13 PM IST

୧.ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ

ଦ୍ବାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତତରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମଧ୍ୟ ସୂଚନା ମିଳିଛି ।

୨.ଅପରାଧୀଙ୍କ ଆଡ୍ଡାସ୍ଥଳୀ ରଜଧାନୀ, ଗୋଟିଏ ପରେ ଗୋଟିଏ ଗଡ଼ୁଛି ମୁଣ୍ଡ

ସ୍ମାର୍ଟସିଟି ଭୁବନେଶ୍ବର ଏବେ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ । ନିଶା ମାଫିଆଙ୍କ କବଜାରେ ରାଜଧାନୀର ବସ୍ତି । ପ୍ରତିଦିନ ଘଟୁଛି ନୂଆ ନୂଆ ଅପରାଧ ।

୩.ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବି ଆଜାଦ

ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ଦଳ ଗଢିବେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଧାରା ୩୭୦ ପୁନଃଲାଗୁକୁ ନେଇ ସେ ଲୋକଙ୍କୁ ବିଭ୍ରାନ୍ତରେ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

୪.ମା' ଖିଲାମୁଣ୍ଡା: ଆସ୍ଥା ଓ ବିଶ୍ୱାସର ପ୍ରତୀକ, ରଣପୁର ଇତିହାସ ସହ ଜଡ଼ିତ ଏହି ଶକ୍ତିପୀଠ

ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଖିଲାମୁଣ୍ଡା । ମା'ଙ୍କ ଏହି ପୀଠ ଅନେକ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଭକ୍ତଙ୍କ ପାଇଁ ନାହିଁ କୌଣସି ସୁବିଧା ।

୫.ବ୍ୟାଙ୍କ୍‌ ନୋଟ୍‌ରେ ରହିଛି ରାଣୀ ଏଲିଜାବେଥଙ୍କ ଫଟୋ, ନିଧନ ପରେ ହଟିବା ଆଶଙ୍କା

ପ୍ରାୟ ୧୨ରୁ ଅଧିକ ଦେଶର ମୁଦ୍ରାରେ ରାଣୀଙ୍କ ଫଟୋ ରହିଛି । ତେବେ ରାଣୀଙ୍କ ନିଧନ ପରେ ଏହି ମୁଦ୍ରା ବା ନୋଟ ବୈଧ କି ନୁହେଁ ସେ ନେଇ ଚର୍ଚ୍ଚା ହେଉଛି ।

୬.ନକଲି ଔଷଧ କାରବାର ପ୍ରସଙ୍ଗ, ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ

ନକଲି ମେଡିସିନ ଜବତ ହେବା ଘଟଣାକୁ ନେଇ ଦୁଇ ହୋଲସେଲରଙ୍କ ବିରୋଧରେ କଟକ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘର କାର୍ଯ୍ୟାନୁଷ୍ଠାନ । ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ କରି ସଙ୍ଘରୁ ବହିଷ୍କାର କରାଯାଇଛି ।

୭.ଆପର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ

କେନ୍ଦୁଝର ଆମ ଆଦମି ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

୮.ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ୍‌, ମଝି ଆକାଶରୁ ଫେରିଲା ବିମାନ

ମଝି ଆକଶରୁ ଫେରିଲା ଇମ୍ରାନ ଖାନଙ୍କ ବିମାନ । ଯାନ୍ତ୍ରିକ ତ୍ରୁଟି ନା ଖରାପ ପାଗ ତାକୁ ନେଇ ଏବେବି ଲାଗି ରହିଛି ସସପେନ୍ସ । ପାକିସ୍ତାନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରସାରିତ ।

୯.SIIMA Awards 2022: ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ ମିଳିଥିବା ବେଳେ ବଲିଉଡ଼ ଆକ୍ଟର ରଣବୀର ସିଂଙ୍କୁ ମଧ୍ୟ କରାଯାଇଛି ସମ୍ମାନିତ ।

୧୦.Road Safety World Series: ଦକ୍ଷିଣ ଆଫ୍ରିକା ଲିଜେଣ୍ଡସକୁ ୬୧ ରନରେ ହରାଇଲା ଇଣ୍ଡିଆ ଲିଜେଣ୍ଡସ

ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଇଣ୍ଡିଆ ଲିଜେଣ୍ଡସର ବିଜୟରୁ ଅଭିଯାନ ଆରମ୍ଭ । ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷରେ ୬୧ ରନରେ ବିଜୟୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.