୧.ନାମ ଲେଖାଇବା ପୂର୍ବରୁ ସାବଧାନ, ଓଡିଶାରେ ୨ଟି ନକଲି ବିଶ୍ବବିଦ୍ୟାଳୟ
ଓଡିଶାରେ ରହିଛି ୨ଟି ନକଲି ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟର ଡିଗ୍ରୀ ସାର୍ଟିଫିକେଟ ଦେବାର ଯୋଗ୍ୟତା ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।
୨.ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣା, ଯାଞ୍ଚ କଲା ପୋଲିସ
ଦୀର୍ଘ ଦୁଇ ବର୍ଷ ପରେ କଟକର ବିଭିନ୍ନ ପୂଜା ମଣ୍ଡପରେ ଶୋଭା ପାଇବେ ଗଜାନନ । ଅଶୋଭନୀୟ ମୂର୍ତ୍ତି ତିଆରି ନେଇ କଡ଼ା ଚେତାବନୀ ଦେଲେ କଟକ ଡିସିପି ।
୩.ଧରା ପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ, ମୂର୍ତ୍ତି ପ୍ରସ୍ତୁତରେ ନିମଗ୍ନ କାରିଗର
ଚଳିତ ବର୍ଷ ବ୍ରହ୍ମପୁରରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା । ହାତରେ ଆଉ ମାତ୍ର କମ ସମୟ ଥିବାରୁ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ କାରିଗର ।
୪.ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର କ୍ଷତିପୂରଣ ପାଇଁ BJPର ଦାବି
ବନ୍ୟା ଯୋଗୁଁ ରାଜ୍ୟରେ କ୍ଷତିରେ ରହିଛନ୍ତି ଚାଷୀକୂଳ । ଖୁବଶୀଘ୍ର ଚାଷୀଙ୍କୁ ବନ୍ୟା କ୍ଷତିପୂରଣ ଦେବାକୁ ବିଜେପି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।
୫.ବଢୁଛି Mann ki Baatର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ
ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଥିବାବେଳେ ଚଳିତ ମାସର ମନ କି ବାତ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଏଥିଲାଗି ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।
୬.ଲକ୍ଷ୍ୟ ଥିଲା କ୍ରୀଡା ସାମ୍ବାଦିକ, ଉତ୍ସାହିତ କରିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର
ବିଜୁ ପଟ୍ଟନାୟକ କ୍ରୀଡା ସାମ୍ବାଦିକ ପୁରସ୍କାର ପାଇବେ କ୍ରୀଡା ସାମ୍ବାଦିକ ବେଣୁଧର ଦାସ । ଆସନ୍ତା ୨୯ ତାରିଖ ଜାତୀୟ କ୍ରୀଡା ଦିବସରେ ଏହି ପୁରସ୍କାରରେ ଅଳଙ୍କୃତ ହେବେ ବେଣୁଧର ।
୭.ବନ୍ଦେ ଭାରତ ଏକ୍ସପ୍ରେସ୍ର ତୃତୀୟ ଟ୍ରାଏଲ ରନ୍, ଘଣ୍ଟା ପ୍ରତି ୧୮୦ କିମି ବେଗରେ ଚାଲିଲା
ଦ୍ରୁତଗାମୀ ଟ୍ରେନ୍ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରନ୍ ସଫଳ । ଭିଡିଓ ସେୟାର କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
୮.ନୂଆ ଦଳ ଗଢ଼ିବେ ଗୁଲାମ ନବୀ, ଘେରିଲେ କଂଗ୍ରେସ ନେତା
ନୂଆ ଦଳ ଗଢ଼ିବେ ଗୁଲାମ ନବୀ । ଗୁଲାମ ନବୀ ଆଜାଦ କଂଗ୍ରେସର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
୯.ବିଶ୍ୱ ନେତାଙ୍କ ଆପ୍ରୁଭାଲ୍ ରେଟିଂ ସର୍ଭେ, ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରମୁଖ ନେତାଙ୍କ ମଧ୍ୟରେ ପୁଣି ଟପ୍ରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭେ ମୁତାବକ ବିଶ୍ୱ ନେତାଙ୍କ ଗ୍ଲୋବାଲ ରେଟିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି ।
୧୦.ସୋନାଲି ଫୋଗଟ୍ଙ୍କୁ ଜବରଦସ୍ତ ଦିଆଯାଇଥିଲା ଡ୍ରଗ୍ସ, PA ସୁଧୀରଙ୍କ ସମେତ ଦୁଇ ଗିରଫ
ଗୋଆ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ।