ETV Bharat / bharat

ଚଳିତବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ ESI - ଇଏସଆଇ ଯୋଜନା

କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) 2022 ଶେଷ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟ ବୀମା ଯୋଜନା (ESI)କୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ଏହା ଗତକାଲି(ରବିବାର) ଅନୁଷ୍ଠିତ ହୋଇଥିବା ESIC ର 188 ତମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅଧିକ ପଢନ୍ତୁ

ଚଳିତବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ ESI

author img

By

Published : Jun 20, 2022, 12:45 PM IST

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) 2022 ଶେଷ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟ ବୀମା ଯୋଜନା (ESI)କୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ଏହା ଗତକାଲି(ରବିବାର) ଅନୁଷ୍ଠିତ ହୋଇଥିବା ESICର 188 ତମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାରା ଦେଶରେ ଚିକିତ୍ସା ସୁବିଧା ଏବଂ ସେବା ଯୋଗାଣ ବ୍ୟବସ୍ଥାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ଚଳିତବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଇଏସଆଇ ଯୋଜନା କାର୍ଯ୍ୟକାରୀ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ରାଜ୍ୟ ବୀମା (ESI) ଯୋଜନା 443 ଟି ଜିଲ୍ଲାରେ ଏବଂ ଆଂଶିକ 153ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି । ସମୁଦାୟ 148 ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ESI ଯୋଜନା କାର୍ଯ୍ୟକାରି ହୋଇପାରି ନାହିଁ ।

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜିଲ୍ଲା ଯାହାକି ଆଂଶିକ ESI ଯୋଜନା ଅଧୀନରେ ଅଛି ଏବଂ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ ସେହି ଜିଲ୍ଲାଗୁଡିକୁ ପ୍ରାଥମିକତା ଭିତ୍ତିରେ ସାମିଲ କରାଯିବ । ଏହାସହ ନୂତନ ଡିସପେନସାରି ସହ ଶାଖା କାର୍ଯ୍ୟାଳୟ (DCBOS) ସ୍ଥାପନ କରି ସ୍ୱାସ୍ଥ୍ୟ ସୁବିଧା ସେବା ଉପଲବ୍ଧ କରାଯିବ। ଏହା ବ୍ୟତୀତ ESIC ସମଗ୍ର ଦେଶରେ 23ଟି ନୂତନ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛି ।

ଏଥିମଧ୍ୟରୁ ମହାରାଷ୍ଟ୍ରରେ ୬ଟି, ହରିୟାଣାରେ ୪ଟି, ତାମିଲନାଡୁରେ ୨ଟି, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ଦୁଇଟି ଡାକ୍ତରଖାନା ପ୍ରତିଷ୍ଠା କରାଯିବ । ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୋଆ, ଗୁଜୁରାଟ, ମଧ୍ୟପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗର ଗୋଟାଏ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ କରାଯିବ । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଡିସପେନସାରି ମଧ୍ୟ ଖୋଲାଯିବ । ବିବୃତ୍ତିରେ କୁହାଯାଇଛି ଯେ ଏହି ଡାକ୍ତରଖାନା ଏବଂ ଡିସପେନସାରି ଗୁଡିକ ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.