ଜେନିଭା: ୟୁକ୍ରେନ ସଙ୍କଟ ନେଇ ଆଜି ବସିଛି ମିଳିତ ଜାତିସଂଘର ସାଧାରଣ ସଭାର ଏକାଦଶ ଜରୁରୀକାଳୀନ ଅଧିବେଶନ । ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ବିଶେଷ ଭାବେ ସାଧାରଣ ନାଗରିକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ଅଧିକାଂଶ ସ୍ଥାନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି କହିବା ସହ ଋଷ ଅଭିଯାନକୁ ନିନ୍ଦା କରିଛନ୍ତି ଜାତିସଙ୍ଘ ମୁଖ୍ୟ ତଥା ମହାସଚିବ ଆଣ୍ଟୋନିଓ ଗୁଟେରସ୍ ।
-
The Eleventh Emergency Special Session of the General Assembly (1st Plenary meeting) has just commenced.
— UN GA President (@UN_PGA) February 28, 2022 " class="align-text-top noRightClick twitterSection" data="
Prior to the debate, the General Assembly observed a minute in silent prayer/meditation. pic.twitter.com/Z4POpDm5vp
">The Eleventh Emergency Special Session of the General Assembly (1st Plenary meeting) has just commenced.
— UN GA President (@UN_PGA) February 28, 2022
Prior to the debate, the General Assembly observed a minute in silent prayer/meditation. pic.twitter.com/Z4POpDm5vpThe Eleventh Emergency Special Session of the General Assembly (1st Plenary meeting) has just commenced.
— UN GA President (@UN_PGA) February 28, 2022
Prior to the debate, the General Assembly observed a minute in silent prayer/meditation. pic.twitter.com/Z4POpDm5vp
ଗୁଟରେସ କହିଛନ୍ତି, ବର୍ତ୍ତମାନର ସ୍ଥିତି ସବୁ ସୀମା ଟପିଛି । ସାମରିକ ଅଭିଯାନ ତୁରନ୍ତ ବନ୍ଦ ହେବା ନିହାତି ଆବଶ୍ୟକ । ସୈନ୍ୟ ପ୍ରତ୍ୟାହାର ହେବା ସହ ସାଧାରଣ ନାଗରିକଙ୍କ ଜୀବନ ଓ ସୁରକ୍ଷାକୁ ନିଶ୍ଚିତ କରିବାର ସମୟ ଆସିଛି । ତେଣୁ ଉଭୟ ପକ୍ଷ ଅସ୍ତ୍ର ବିରତି ଘୋଷଣା କରିବା ସହ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ତୁରନ୍ତ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
-
The 11th Emergency Special Session of the United Nations General Assembly on Ukraine begins pic.twitter.com/qF4ndWmeW3
— ANI (@ANI) February 28, 2022 " class="align-text-top noRightClick twitterSection" data="
">The 11th Emergency Special Session of the United Nations General Assembly on Ukraine begins pic.twitter.com/qF4ndWmeW3
— ANI (@ANI) February 28, 2022The 11th Emergency Special Session of the United Nations General Assembly on Ukraine begins pic.twitter.com/qF4ndWmeW3
— ANI (@ANI) February 28, 2022
ବିଶ୍ବର କୌଣସି ଗମ୍ଭୀର ସମସ୍ୟା ଦେଖାଗଲେ ଏହି ସାଧାରଣ ପରଷଦର ଜରୁରୀ ଅଧିବେଶନ ଆହୁୁତ ହେବାର ଉଦାହରଣ ରହିଛି । ଆଜି ଆହୁତ ହୋଇଥିବା ଅଧିବେଶନ ଜାତିସଂଙ୍ଘ ଇତିହାସର ୧୧ତମ ଜରୁରୀ ଅଧିବେଶନ । ଋଷର ଏହି ଆକ୍ରମଣକୁ ବିରୋଧ କରାଯିବା ସହ ୟୁକ୍ରେନ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଆଜିର ଅଧିବେଶନ ଆରମ୍ଭ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ