ଲକ୍ଷ୍ନୌ: ମଦ୍ୟପ ସ୍ବାମୀର ଉନ୍ମକ୍ତ କାଣ୍ଡ । ଗର୍ଭବତୀ ପତ୍ନୀଙ୍କ ହାତକୁ ବାଇକରେ ବାନ୍ଧି କିଛି ବାଟ ଯାଏ ଘୋଷାଡ଼ି ନେଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି । ମହିଳାଙ୍କ ଭାଇଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ: ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ
ସୂଚନା ଅନୁଯାୟୀ, ପିଲିଭିତ ଜିଲ୍ଲା ଘୁଘଚାଇ ଥାନା ଅଞ୍ଚଳରେ ରହୁଥିବା ରାମ ଗୋପାଳଙ୍କୁ ସୁମନ ନାମକ ମହିଳା ବିବାହ କରିଥିଲେ । ସୁମନ ଗର୍ଭବତୀ ଅଛନ୍ତି । ଗତ ଶନିବାର ରାମ ଗୋପାଳ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରି ତାଙ୍କୁ ମାଡ଼ ମାରିଥିଲେ । ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା । ବାଇକରେ ମହିଳାଙ୍କ ଦୁଇ ହାତକୁ ବାନ୍ଧି କିଛି ବାଟ ଯାଏ ଘୋଷାଡ଼ି ନେଇଥିଲେ । ଏହି ଦୃଶ୍ୟ ଦେଖି ଆଖପାଖରେ ଥିବା ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ମହିଳାଙ୍କ ଭାଇ ଘୁଘଚାଇ ଥାନାରେ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏଥିସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମୋଦି-ଶାହ ଶହେ ଥର କର୍ଣ୍ଣାଟକ ଆସିଲେ ବି ବିଜେପିର ବିଜୟ ଅସମ୍ଭବ: ଏଚଡି କୁମାରସ୍ବାମୀ
ପୀଡ଼ିତା ମହିଳା କହିଛନ୍ତି, ପ୍ରଥମେ ସ୍ବାମୀ ବାଇକ ପଛରେ ଦୁଇ ହାତକୁ ବାନ୍ଧି ଦେଇଥିଲେ ଏବଂ ପଛରୁ ଦୌଡିବାକୁ କହିଲେ । ମୁଁ ଏହାକୁ ଗୁରୁତର ଭାବେ ନେଇନଥିଲି । କିନ୍ତୁ ରାମ ଗୋପାଳ ହଠାତ ଗାଡ଼ିର ଚଲାଇବା ଆରମ୍ଭ କଲେ । ଏଥିସହ ଗାଡ଼ିର ଦୃତ ମଧ୍ୟ ବଢ଼ାଇଥିଲେ । ମହିଳା ଜଣକ ତଳେ ପଡ଼ିଯିବାରୁ ତାଙ୍କୁ ଗଭୀର ଆଘାତ ଲାଗିଛି । " ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ରାମ ଗୋପାଳଙ୍କୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଥାନା ଅଧିକାରୀ ରାଜେନ୍ଦ୍ର ସିଂ ସିରୋହି କହିଛନ୍ତି, ଗର୍ଭବତୀ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ପଚରାଉଚରା ଚାଲିଛି । ଏହାପରେ ବିଭିନ୍ନ ଦିଗରୁ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।