ETV Bharat / bharat

CPM କର୍ମୀଙ୍କୁ ବିଭତ୍ସ ହତ୍ୟା, ସନ୍ଦେହ ଘେରରେ RSS ! - ସିପିଏମ କର୍ମୀ ହତ୍ୟାଘଟଣାରେ ଆରଏସଏସକୁ ସନ୍ଦେହ

କେରଳର କନ୍ନୁରସ୍ଥିତ ଥାଲାସେରୀରେ ଜଣେ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ(CPM)ର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ନାମ ହରିଦସନ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ସିପିଏମ(CPM) କର୍ମୀଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା,ସନ୍ଦେହ ଘେରରେ ଆରଏସଏସ(RSS)

author img

By

Published : Feb 21, 2022, 1:09 PM IST

ଥିରୁଅନନ୍ତପୁରମ: କର୍ଣ୍ଣାଟକ ପରେ କେରଳରେ ଚାଞ୍ଚଲ୍ୟ । କମ୍ୟୁନିଷ୍ଟ ପାର୍ଟିର ଜଣେ କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ଥାଲାସେରୀର ପୁନ୍ନୋଲର ସିପିଆଇ କର୍ମୀ ହରିଦସନ । ଗତକାଲି(ରବିବାର) ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହରିଦସନ ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଏହି ହତ୍ୟାକୁ ନେଇ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହି ହତ୍ୟାକାଣ୍ଡ ପଛରେ RSSର ହାତ ଥିବା ଅଭିଯୋଗ କରିଛି ସିପିଏମ(CPM) । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କୁ ନିର୍ମମ ହତ୍ୟା, ୧୪୪ ଧାରା ଜାରି

ସୂଚନା ଥାଉକି, କର୍ଣ୍ଣାଟକର ଶିବମୋଗାରେ ଜଣେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି 144 ଧାରା ଜାରି ହେବା ସହ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଦିନ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.