ETV Bharat / bharat

ଦେଶରେ କୋରୋନା ସୁନାମି, 24 ଘଣ୍ଟାରେ 4 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ଦିନ ଗଡିବା ସହ ବଢୁଛି ସଂକ୍ରମଣର ହାର । ଦୈନିକ ସଂକ୍ରମଣ ଏବେ ଦିନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଗତ 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 4 ଲକ୍ଷ 1 ହଜାର 993 କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

ଭାଙ୍ଗିଲା ସଂକ୍ରମଣ ରେକର୍ଡ
ଭାଙ୍ଗିଲା ସଂକ୍ରମଣ ରେକର୍ଡ
author img

By

Published : May 1, 2021, 10:00 AM IST

Updated : May 1, 2021, 10:31 AM IST

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କୋରୋନା ସ୍ଥିତି । ଦିନ ଗଡିବା ସହ ବଢୁଛି ସଂକ୍ରମଣର ହାର । ଦୈନିକ ସଂକ୍ରମଣ ଏବେ ଦିନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଗତ 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 4 ଲକ୍ଷ 1 ହଜାର 993 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1 କୋଟି 91 ଲକ୍ଷ 64 ହଜାର 969ରେ ପହଞ୍ଚିଛି ।

ଏହାସହ 24 ଘଣ୍ଟା ମଧ୍ୟରେ 3523 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ଲକ୍ଷ 11ହଜାର 853କୁ ବୃଦ୍ଧି ପାଇଛି । ଦେଶରେ ଏବେ 32 ଲକ୍ଷ 68 ହଜାର 710ଟି ଆକ୍ଟିଭ କେସ ରହିଥିବା ବେଳେ 1 କୋଟି 56 ଲକ୍ଷ 84 ହଜାର 406 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଅନ୍ୟପକ୍ଷେ ମୋଟ 15 କୋଟି 49 ଲକ୍ଷ 89 ହଜାର 635 ଜଣ ଟିକା ନେଇଛନ୍ତି ।

ଦେଶରେ ଏବେ କୋରୋନା ବିସ୍ଫୋରକ ସ୍ଥିତିରେ । ଗତ କିଛି ଦିନ ହେବ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି କିଲର କୋରୋନା । ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ସଂକ୍ରମଣ ଦେଶରେ ସୁନାମୀ ଭଳି ମାଡି ଚାଲିଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । କୋରୋନାର ଲମ୍ଫ ଡିଆଁ ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.