ETV Bharat / bharat

ICMRର ଦାବି, ଜୁଲାଇରେ ଦୈନିକ ହେବ 1 କୋଟି ଟୀକାକରଣ - ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଭ୍ୟାକ୍ସିନ ଅଭାବର ଏହି ସମସ୍ୟା ଖୁବଶୀଘ୍ର ଶେଷ ହୋଇଯିବ । ଡିସେମ୍ବର ସୁଦ୍ଧା ଦେଶର ସମ୍ପୂର୍ଣ୍ଣ ଜନସଂଖ୍ୟାର ଟୀକାକରଣ ଶେଷ ହେବ ବୋଲି ଆଶ୍ବାସନା ଦେଇଛି ଆଇସିଏମଆର । ଅଧିକ ପଢନ୍ତୁ...

ICMR ର ଦାବି, ଜୁଲାଇରେ ଦୈନିକ ହେବ 1 କୋଟି ଟୀକାକରଣ

author img

By

Published : Jun 1, 2021, 7:10 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ବର୍ତ୍ତମାନ ସମୟରେ ଟିକା ଅଭାବ କାରଣରୁ ଟୀକାକରଣରେ ଉପୁଜୁଛି ସମସ୍ୟା । ଏହି କାରଣରୁ କୋରୋନା ବିରୋଧରେ ଲଢେଇ କମଜୋର ପଡୁଥିବା ନଜର ଆସୁଛି । ହେଲେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଭ୍ୟାକ୍ସିନ ଅଭାବର ଏହି ସମସ୍ୟା ଖୁବଶୀଘ୍ର ଶେଷ ହୋଇଯିବ ।

ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, କୋରୋନା ଭ୍ୟାକ୍ସିନର କୌଣସି ଅଭାବ ନାହିଁ । ମଧ୍ୟ ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଭାରତରେ ଦୈନିକ 1 କୋଟି ଲୋକଙ୍କ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ହେବ । ଡିସେମ୍ବର ସୁଦ୍ଧା ଦେଶର ସମ୍ପୂର୍ଣ୍ଣ ଜନସଂଖ୍ୟାର ଟୀକାକରଣ ଶେଷ ହେବ ବୋଲି ଆଶ୍ବାସନା ଦେଇଛନ୍ତି ଭାର୍ଗବ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ ଦେଶରେ ଏପର୍ଯ୍ୟନ୍ତ 21.58 କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଉଛି। ସୋମବାର 18-44 ବର୍ଷ ବୟସର 12,23,596 ଜଣଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିବାବେଳେ 13,402 ଜଣଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଥିଲା।

ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭରୁ 2 କୋଟି 02 ଲକ୍ଷ 10 ହଜାର 889 ଜଣ କୋରୋନା ଟିକା ଗ୍ରହଣ କରିଛନ୍ତି । ସେହିପରି 23 ହଜାର 491 ଜଣ ଦ୍ବିତୀୟ ଡୋଜ ନେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.