ରାୟପୁର: ଦୀର୍ଘ ୫ ଦିନ ଧରି ଚାଲିଥିବା ରେସ୍କ୍ୟୁ ଅପରେସନରେ ପଡିଲା ଯବନୀକା । ଜୀବନ ଯୁଦ୍ଧରେ ଜିତିଲେ ରାହୁଲ । ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ପରେ ଦୀର୍ଘ ୧୦୪ ଘଣ୍ଟା ପରେ ରାହୁଲ ବୋରୱେଲରୁ ବାହାରକୁ ବାହାରିଛି(Child Rescued From Borewell in Jangjir Champa) । ମଙ୍ଗଳବାର ବିଳମ୍ବିତ ରାତି ପାଖାପାଖି ୧୨ଟା ସମୟରେ ଟିମ୍ ବୋରୱେଲ ଭିତରୁ ଟନେଲ ଦେଇ ରାହୁଲକୁ ସୁରକ୍ଷିତ ବାହାର କରିଆଣିଛନ୍ତି । ପିଲାଟି ବାହାରିବା ମାତ୍ରେ ତୁରନ୍ତ ପୂର୍ବ ପ୍ରସ୍ତୁତ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ରାହୁଲ ସୁସ୍ଥ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
-
104 घण्टे तक चले दुष्कर ऑपरेशन के बाद राहुल सुरंग से बाहर
— CMO Chhattisgarh (@ChhattisgarhCMO) June 14, 2022 " class="align-text-top noRightClick twitterSection" data="
बोरवेल में फंसे राहुल को अंततः निकाल लिया गया है। स्वास्थ्य परीक्षण के लिए राहुल की ग्रीन कॉरिडोर से बिलासपुर रवानगी कर दी गई है। मुख्यमंत्री श्री @bhupeshbaghel पल-पल की जानकारी ले रहे हैं।#SaveRahulAbhiyaan pic.twitter.com/HLoWgiVxln
">104 घण्टे तक चले दुष्कर ऑपरेशन के बाद राहुल सुरंग से बाहर
— CMO Chhattisgarh (@ChhattisgarhCMO) June 14, 2022
बोरवेल में फंसे राहुल को अंततः निकाल लिया गया है। स्वास्थ्य परीक्षण के लिए राहुल की ग्रीन कॉरिडोर से बिलासपुर रवानगी कर दी गई है। मुख्यमंत्री श्री @bhupeshbaghel पल-पल की जानकारी ले रहे हैं।#SaveRahulAbhiyaan pic.twitter.com/HLoWgiVxln104 घण्टे तक चले दुष्कर ऑपरेशन के बाद राहुल सुरंग से बाहर
— CMO Chhattisgarh (@ChhattisgarhCMO) June 14, 2022
बोरवेल में फंसे राहुल को अंततः निकाल लिया गया है। स्वास्थ्य परीक्षण के लिए राहुल की ग्रीन कॉरिडोर से बिलासपुर रवानगी कर दी गई है। मुख्यमंत्री श्री @bhupeshbaghel पल-पल की जानकारी ले रहे हैं।#SaveRahulAbhiyaan pic.twitter.com/HLoWgiVxln
ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ସହ ସେନା ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଓଡିଶାରୁ ଏନଡିଆରଏଫ ଟିମ୍ ମଧ୍ୟ ଥିଲେ । ଶେଷରେ ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମରେ ୮୦ ଫୁଟ ଗଭୀର ବୋରୱେଲରୁ ରାହୁଲ ବାହାରିଛନ୍ତି । ତାଙ୍କୁ ଉଦ୍ଧାର କରାଯିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଉଲ୍ଲେଖଯୋଗ୍ୟ, ଛତିଶଗଡ ଜାଞ୍ଜଗିର-ଚାମ୍ପା ପିହରିଡ ଗାଁରେ ୧୧ ବର୍ଷୀୟ ରାହୁଲ ସାହୁଙ୍କ ଘର । ଗତ ଶୁକ୍ରବାର ଦ୍ବିପ୍ରହର ସମୟରେ ଖେଳୁଥିବା ବେଳେ ସେ ନିଜ ଘର ବାରିପଟେ ଜମିରେ ଥିବା ବୋରୱେଲରେ ଖସି ପଡିଥିଲା । ଏନେଇ ସୂଚନା ପାଇବା ମାତ୍ରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁଜୁରାଟରୁ ରୋବୋଟିକ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ୮୦ ଫୁଟ ଗର୍ତ୍ତ ମଧ୍ୟରେ ଫସି ରହିଥିବା ରାହୁଲ ନିକଟକୁ ନିରନ୍ତର ଅମ୍ଲଜାନ ସହ ଖାଦ୍ୟ ପାନୀୟ ପଠା ଯିବାର ବ୍ୟବସ୍ଥା କରାଯାଇଥିଲା । ସୋମବାର ରାତି ସୁଦ୍ଧା ଅପରେସନ ସରିବ ବୋଲି ଆଶା କରାଯାଇଥିବା ବେଳେ ଏକ ବଡ ଚଟାଣ ଭେଦ କରି ରାହୁଲ ନିକଟରେ ପହଞ୍ଚିବାକୁ ଆହୁରି ଗୋଟିଏ ଦିନ ଲାଗି ଯାଇଥିଲା । ତେବେ ଉଦ୍ଧାରକାରୀ ଦଳର ପରିଶ୍ରମ ଓ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନାରେ ଶେଷରେ ପିଲାଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ।