ETV Bharat / bharat

କୁକୁଡା ମାରି ଥାନାକୁ ଗଲେ ଯୁବକ - କୁକୁଡାଙ୍କୁ ହତ୍ୟା କରିବା ଅଭିଯୋଗରେ ଯୁବକ ଗିରଫ

ଗାଡିରେ ନେଲା ବେଳେ ମରିଗଲେ କୁକୁଡା (Case filed for killing hen in Haryana)। ବନ୍ଧାହେଲେ ଯୁବକ । ହରିୟାଣା ଆମ୍ବାଲାରେ କୁକୁଡାଙ୍କୁ ହତ୍ୟା କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

କୁକୁଡାଙ୍କୁ ହତ୍ୟା କରିବା ଅଭିଯୋଗରେ ଯୁବକ ଗିରଫ

author img

By

Published : Dec 1, 2022, 10:55 PM IST

ଚଣ୍ଡିଗଡ: ଉତ୍ତର ପ୍ରଦେଶର ବାଦୟୁଁରେ ମୂଷା ହତ୍ୟା ପାଇଁ ମାମଲା ଦାଏର ହେବା ଘଟଣା ସର୍ବତ୍ର ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ହରିୟାଣାରେ ଅନୁରୂପ ଏକ ମାମଲା ସାମ୍ନାକୁ ଆସିଛି । ଆମ୍ବାଲା ଜିଲ୍ଲାର ଶାହାଜଦପୁରରେ କୁକୁଡାଙ୍କୁ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ (Case filed for killing hen in Haryana) । କୁକୁଡାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନାନୁସାରେ, ଅନାମିକା ରାଣା ନାମକ ଜଣେ ଅଭିଯୋଗକାରୀ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ଅନାମିକା କହିଛନ୍ତି ଯେ ସେ NH-344 ରେ ନିଜ ପରିବାର ସହିତ ସାହାରନପୁର ଯାଉଥିଲେ । ସେହି ସମୟରେ ଜଣେ ଯୁବକ ବାଇକରେ ରଡ ବାନ୍ଧି ବହୁ କୁକୁଡାଙ୍କୁ ଓଲଟା ବାନ୍ଧି ନେଉଥିବାର ସେ ଦେଖିବାକୁ ପାଇଥିଲେ । ପରେ ସେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକାଇବା ପରେ ସେଥିମଧ୍ୟରୁ ପ୍ରାୟ 24 କୁକୁଡାଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଥିଲା । ସେହିପରି ଅବଶିଷ୍ଟ ପ୍ରାୟ 27 ଟି କୁକୁଡ଼ାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା ।

ଏନେଇ ପୋଲିସ କୁକୁଡା ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପଶୁ କ୍ରୁତା ଅଧିନିୟମ ଅନୁସାରେ ଅଭିଯୁକ୍ତ ବିରୋଧରେ ଧାରା 11 (1) (a), 11 (1) (D), 11 (1) (k), 11 (1) (L) ସହ ଆଇପିସିର ଧାରା 429 ମଧ୍ୟ ଲାଗାଯାଇଛି । ଅଭିଯୁକ୍ତର ଜାମିନ ଖାରଜ ହୋଇଯାଇଛି । ସେହିପରି ଜବତ ହୋଇଥିବା କୁକୁଡାଙ୍କୁ ଚିକିତ୍ସା କରିଛି ପୋଲିସ । ଏବେ ସେମାନେ ସୁସ୍ଥ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.