ETV Bharat / bharat

ବଢିଲା BSF ଶକ୍ତି, କେନ୍ଦ୍ର ପାୱାର ଦେବାରୁ ପଶ୍ଚିମବଙ୍ଗ-ପଞ୍ଜାବର ବିରୋଧ

ସୀମା ସୁରକ୍ଷା ବଳ ତଥା ବିଏସଏଫ (BSF)ର ଅଧିକାର କ୍ଷେତ୍ର ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ । ଅଧିକ ପଢନ୍ତୁ...

ବଢିଲା BSF ଶକ୍ତି, କେନ୍ଦ୍ର ପାୱାର ଦେବାରୁ ପଶ୍ଚିମବଙ୍ଗ-ପଞ୍ଜାବର ବିରୋଧ
ବଢିଲା BSF ଶକ୍ତି, କେନ୍ଦ୍ର ପାୱାର ଦେବାରୁ ପଶ୍ଚିମବଙ୍ଗ-ପଞ୍ଜାବର ବିରୋଧ
author img

By

Published : Oct 14, 2021, 9:12 PM IST

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ ତଥା ବିଏସଏଫ (BSF)ର ଅଧିକାର କ୍ଷେତ୍ର (ପରିସୀମା) ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ପଞ୍ଜାବ ଓ ପଶ୍ଚିମବଙ୍ଗ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ଅଞ୍ଚଳର ୫୦ କିଲୋମିଟର ପର୍ଯ୍ୟନ୍ତ ନିଜର ଗତିବିଧି ଚଳାଇପାରିବ ବିଏସଏଫ । ପୂର୍ବରୁ ଏହାର ସୀମା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏପଟେ ବିଏସଏଫକୁ ଅଧିକ ଶକ୍ତି ଦେବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ ।

ବିଏସଏଫ ଅଧିନିୟମ (BSF Act)ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହି ସଂଶୋଧନ ଫଳରେ ବିଏସଏଫକୁ ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମରେ ଅନ୍ତରାଷ୍ଟ୍ରୀୟ ସୀମା ସଂଲଗ୍ନ ଭାରତୀୟ ଅଞ୍ଚଳର ୫୦ କିଲୋମିଟର ଭିତର ପର୍ଯ୍ୟନ୍ତ ନିଜ ଗତିବିଧି ଚଳାଇବା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଅଧିକାର ପ୍ରାପ୍ତ ହୋଇଛି । ପୂର୍ବରୁ ଏହି ସୀମା ୧୫ କିଲୋମିଟର ରହିଥିଲା । ଗୁଜୁରାଟକୁ ମଧ୍ୟ ଲାଗିଛି ପାକିସ୍ତାନ ସୀମା । ଏଠାରେ ଏହି ସୀମା ୮୦ କିଲୋମିଟରୁ ୫୦ କିଲୋମିଟରକୁ ହ୍ରାସ କରାଯାଇଛି । ରାଜସ୍ଥାନରେ ଅପରିବର୍ତ୍ତୀତ ରହିଛି ୫୦ କିଲୋମିଟର ସୀମା ।

୧୧ ଅକ୍ଟୋବରରେ ଏହାର ବିଜ୍ଞପ୍ତି ଜାରି କରିଥିଲେ କେନ୍ଦ୍ର ସରକାର । ବିଏସଏଫର ପାଖାପାଖି ୨.୬୫ ଲକ୍ଷ ଯବାନ ପାକିସ୍ତାନ ଓ ବାଂଲାଦେଶ ସହ ସଂଲଗ୍ନ ସୀମାରେ ପାଖାପାଖି ୬ ହଜାର ୩୦୦ରୁ ଅଧିକ ପୋଷ୍ଟରେ ମୁତୟନ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅଧିନରେ ଆସୁଛି ୫ ରାଜ୍ୟ । ସେଗୁଡିକ ହେଉଛି, ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମ । ଏଣିକି ବିଏସଏଫ ଅନ୍ତରାଷ୍ଟ୍ରୀୟ ସୀମାରେ ଭାରତୀୟ ଅଞ୍ଚଳରେ ୫୦ କିଲୋମିଟର ଭିତର ପର୍ଯ୍ୟନ୍ତ ଗତିବିଧି ଚଳାଇପାରିବ । ବିଏସଏଫ ପାଖରେ ସନ୍ଦିଗ୍ଧଙ୍କୁ ଗିରଫ କରିବାଠାରୁ ନେଇ ସାମଗ୍ରୀ ଜବତ ଓ ଛାନଭିନର ଅଧିକାର ରହିବ । କେବଳ ସେତିକି ନୁହେ, ଏବେ ଏହି ସବୁ ରାଜ୍ୟରେ ବିଏସଏଫକୁ ୫୦-୫୦ କିଲୋମିଟର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିବ ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛି ବିଏସଏଫ । ଏହି ନିଷ୍ପତ୍ତି ଯୋଗୁଁ ସୀମାରେ ହେଉଥିବା ଅପରାଧ ଉପରେ ରୋକ ଲଗାଯାଇପାରିବ ବୋଲି ବିଏସଏଫ ନିଜ ପ୍ରତିକ୍ରିୟାରେ କହିଛି । ହେଲେ ସେପଟେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ ସରକାର ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି । ବିଏସଏଫକୁ ଅତିରିକ୍ତ ଶକ୍ତି ଦେବାର ନିଷ୍ପତ୍ତିକୁ ଯୁକ୍ତି ହୀନ ଦର୍ଶାଇଛନ୍ତି ସିଏମ ଚନ୍ନି । ଅନ୍ୟପକ୍ଷେ ବଙ୍ଗ ସରକାର ମଧ୍ୟ ଏହି ନିଷ୍ପତ୍ତି ଉପରେ ଅଭିଯୋଗ ଉଠାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.