ETV Bharat / bharat

ଦଳରୁ ନିଲମ୍ବିତ ହେଲେ ଗିରଫ ବିଜେପି ବିଧାୟକ

ବିବାଦ ପରେ ଗିରଫ ଓ ଗିରଫ ପରେ ଦଳରୁ ନିଲମ୍ବିତ ହେଲେ ବିଜେପି ବିଧାୟକ ଟି ରାଜା ସିଂ । ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ ଦେଇଥିଲେ । କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେପି । ଅଧିକ ପଢନ୍ତୁ

ଦଳରୁ ନିଲମ୍ବିତ ହେଲେ ଗିରଫ ବିଜେପି ବିବାଦୀୟ, ଦେଇଥିଲେ ଧର୍ମୀୟ ବିବାଦୀୟ ବୟାନ

author img

By

Published : Aug 23, 2022, 7:34 PM IST

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିଦାୟୀୟ ଟିପ୍ପଣୀକୁ ବିବାଦ ଥମିନଥିବା ବେଳେ ପୁଣି ତେଲେଙ୍ଗାନା ବଜେପି ବିଧାୟକଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ରାଜନୀତିରେ ଉଷ୍ମତା ଭରିଛି । ତେଲେଙ୍ଗାନା ବିଜେପି ବିଧାୟକ ବିଜେପି ବିଧାୟକ ଟି.ରାଜା ସିଂହ (BJP MLA Raja Singh)ଙ୍କୁ ଗିରଫ କରିଛି ପୋଲିସ । ଗିରଫଦାରୀ ପରେ ବିଧାୟକଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ତାଙ୍କୁ ଦଳରୁ ମଧ୍ୟ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି । (BJP Suspends MLA Raja Singh)।

ସାମ୍ପ୍ରଦାୟିକ ବିବାଦୀୟ ବୟାନ ଦେଇ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡିବଧି ଆଇନ (IPC) ଧାରା ୨୯୫(A), ୧୫୩(A) ଏବଂ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି (Telangana mla Arrested Over Prophet Slur)। ଘଟଣାଅନୁସାରେ, ହାଇଦ୍ରାବାଦରେ ଗତ କିଛି ଦିନ ଧରି ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବାର ଫାରୁକିଙ୍କୁ ନେଇ ବିବାଦ ଲାଗିରହିଛି । ଏହି ହାସ୍ୟ ଅଭିନେତା ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଥିଲା ବିଜେପି ଯୁବମୋର୍ଚ୍ଚା । ଏନେଇ କିଛି ସ୍ଥାନରେ ଉକ୍ତ କମୋଡି ସୋକୁ ପ୍ରବଳ ବିରୋଧ ମଧ୍ୟ ଦେଖବାକୁ ମିଳିଥିଲା । ବିଜେପି ଏନେଇ ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ମୁନାୱାର ଫାରୁକିଙ୍କ showକୁ ହାଇଦ୍ରାବାଦରେ ବିରୋଧ, ଧମକ ଦେଲେ BJP ନେତା

ଏହି ପ୍ରସଙ୍ଗରେ ମଧ୍ୟ ଚେତାବନୀ ଦେଇ ବିବାଦ ପରିସରକୁ ଆସିଥିଲେ ବିଜେପି ବିଧାୟକ ଟି ରାଜା । ରାଜା କହିଥିଲେ ଯଦି ତେଲେଙ୍ଗାନା ସରକାର ଏବଂ ହାଇଦ୍ରାବାଦ ପୋଲିସ ଫାରୁକିଙ୍କ କେମେଡି କାର୍ଯ୍ୟକ୍ରମକୁ ଅନୁମତି ଦିଏ ତାହାହେଲେ ସେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେବେ । ଏପରି ବିବାଦୀୟ ମନ୍ତବ୍ୟ ପରେ ବିଧାୟକଙ୍କୁ ତୁରନ୍ତ ଗିରଫ କରିଥିଲା ହଇଦ୍ରାବାଦ ପୋଲିସ । ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଦଳ ମଧ୍ୟ ତାଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ଦଳରୁ ନିଲମ୍ବିତ କରିବା ସହ କାରଣ ଦର୍ଶାଓ ନୋଟିସ ମଧ୍ୟ ଜାରି କରିଛି ଦଳ । ସେ କାହିକି ଶୃଙ୍ଖଳାର ପରିସର ବାହାରକୁ ଯାଇ ଏପରି ମନ୍ତବ୍ୟ ରଖିଲେ ତାର ବିସ୍ତୃତ ଉତ୍ତର 10ଦିନ ମଧ୍ୟରେ ରଖିବାକୁ ଦଳୀୟ ନୋଟିସରେ ଉଲ୍ଲେଖ ରହିଛି ।

ସମାନ ଆଭିମୁଖ୍ୟ ଦଳ ମଧ୍ୟ ନୁପୂର ଶର୍ମାଙ୍କ ମାମଲାରେ ଗ୍ରହଣ କରିଥିଲା । ମନ୍ତବ୍ୟକୁ ନେଇ ବିବାଦ ଦେଖାଯିବା ପରେ ଏହା ସରକାରୀ ମନ୍ତବ୍ୟ ନୁହେଁ ଓ ଏପରି କରିଥିବା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସଙ୍କେତ ଦେଇଥିଲା ବିଜେପି । ପରେ ମାତ୍ର କିଛି ସମୟର ବ୍ୟାବଧାନ ପରେ ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କାରଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.