ହାଇଦ୍ରାବାଦ: ପ୍ରତିବର୍ଷ ଜୁଲାଇ 7 ତାରିଖ ଆଜିର ଦିନକୁ ବିଶ୍ୱ ଚକୋଲେଟ ଦିବସ ଭାବେ ପାଳନ କରାଯାଏ । ତେବେ, ଚଳିତ ବର୍ଷ କୋରୋନା ଯୋଗୁଁ ଏହି ବିଶେଷ ଦିନକୁ ପାଳନ କରିବାର ଉତ୍ସାହ କମ ହେବାର ଦେଖାଯାଉଛି । ଜୁଲାଇ 1550 ମସିହାରେ, ୟୁରୋପରେ ପ୍ରଥମ ଥର ପାଇଁ ଚକୋଲେଟ ଦିବସ ପାଳନ କରାଯାଇଥିଲା । ଯାହା ପରେ ଏହା ସମଗ୍ର ବିଶ୍ୱରେ ପାଳନ ହେବା ଆରମ୍ଭ ହେଲା । ଚକୋଲେଟ କେବଳ ସୁସ୍ବାଦୁ ନୁହେଁ, ଏହା ଶରୀରକୁ ଅନେକ ଉପାୟରେ ମଧ୍ୟ ଉପକାର କରିଥାଏ ।
ଚକୋଲେଟର ଇତିହାସ
ପ୍ରାୟ 4 ହଜାର ବର୍ଷ ପୂର୍ବେ ଚକୋଲେଟ ଏହି ଦୁନିଆକୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ । ଚକୋଲେଟ ଗଛ ପ୍ରଥମେ ଆମେରିକାରେ ଦେଖାଦେଇଥିଲା । ଆମେରିକୀୟ ଜଙ୍ଗଲରେ ଏକ ଚକୋଲେଟ ଗଛର ମଞ୍ଜିରୁ ଚକୋଲେଟ ତିଆରି କରାଯାଇଥିଲା । ଆମେରିକା ଏବଂ ମେକ୍ସିକୋ ପ୍ରଥମେ ବିଶ୍ୱରେ ଚକୋଲେଟ ଉପରେ ପରୀକ୍ଷଣ କରିଥିଲେ । କୁହାଯାଏ ଯେ 1528 ମସିହାରେ ସ୍ପେନର ରାଜା ମେକ୍ସିକୋକୁ କାବୁ କରିଥିଲେ। ରାଜା ଏଠାରେ କୋକୋକୁ ପସନ୍ଦ କରୁଥିଲେ । ଏହା ପରେ ରାଜା ମେକ୍ସିକୋରୁ ସ୍ପେନକୁ କୋକୋ ମଞ୍ଜି ନେଇଥିଲେ। ଏହା ପରେ ସେଠାରେ ଚକୋଲେଟ ପ୍ରସ୍ତୁତ ହେବା ଆରମ୍ଭ ହେଲା ।
ଚକୋଲେଟର ସ୍ୱାଦ ପ୍ରାରମ୍ଭିକ ଅବସ୍ଥାରେ ବେଶ କଷା ଥିଲା । ଏହି ସ୍ୱାଦକୁ ବଦଳାଇବା ପାଇଁ ମହୁ, ଭାନିଲା ଏବଂ ଅନ୍ୟାନ୍ୟ ଜିନିଷ ମିଶାଇ ଥଣ୍ଡା କଫି ତିଆରି କରାଯାଇଥିଲା । ଏହା ପରେ ଜଣେ ଡାକ୍ତର ସର ହାନ୍ସ ସ୍ଲୋନ ଏହାକୁ ପ୍ରସ୍ତୁତ କରି ଏହାକୁ ଖାଇବାର ଯୋଗ୍ୟ କରାଇଥିଲେ । ଏହାର ନାମ କ୍ୟାଡବରୀ ମିଲ୍କ ଚକୋଲେଟ ରଖାଯାଇଥିଲା ।
ୟୁରୋପରେ ବଦଳିଗଲା ଚକୋଲେଟର ସ୍ୱାଦ
1828 ମସିହାରେ, ଜଣେ ଡଚ ରସାୟନ ବିଜ୍ଞାନୀ କନରାଡ ଜୋହାନ୍ସ ବାନ ହାଟନ ଏକ ମେସିନ ନିର୍ମାଣ କରିଥିଲେ । ଏହି ମେସିନ ମାଧ୍ୟମରେ ଚକୋଲେଟର କଡା ସ୍ବାଦକୁ ଦୂରକରାଯାଇଥିଲା । ଏହା ପରେ, 1848 ମସିହାରେ, ବ୍ରିଟିଶ ଚକୋଲେଟ କମ୍ପାନୀ ଜେ. ଏର ଫ୍ରାଇ ଆଣ୍ଡ ସନ୍ସ ପ୍ରଥମ ଥର ପାଇଁ କୋକୋ ରେ ବଟର, କ୍ଷୀର ଏବଂ ଚିନି ମିଶ୍ରିତ କରି ଏହାକୁ କଠିନ କରି ଚକୋଲେଟର ରୂପ ଦେଇଥିଲେ ।
ଚକୋଲେଟର ଲାଭ କ’ଣ?
ଚକୋଲେଟର ଆମ ଶରୀର ପ୍ରତି ଅନେକ ଉପକାରିତା ରହିଛି । ଏହାର ପ୍ରାକୃତିକ ରାସାୟନିକ ପଦାର୍ଥ ଆମ ମନୋବଳକୁ ଉନ୍ନତ କରିଥାଏ । ଚକୋଲେଟରେ ଉପସ୍ଥିତ ଥିବା ଟ୍ରିପ୍ଟୋଫୈନ ଆମକୁ ଏକ ଅଲଗା ଅନୁଭବ ଦେଇଥାଏ । ଟ୍ରିପ୍ଟୋଫୈନ ଆମ ମସ୍ତିଷ୍କରେ ଇଣ୍ଟରଫିନ ସ୍ତରକୁ ପ୍ରଭାବିତ କରେ, ଯାହା ଆମକୁ ଖୁସି ଅନୁଭବ କରାଇଥାଏ ।
ଚକୋଲେଟରେ ଫେନୈଲେଥାଇଲାମାଇନ ରାସାୟନିକ ପଦାର୍ଥ ରହିଥାଏ ଯାହା ଆମ ମସ୍ତିଷ୍କରେ ପ୍ଲେଜର ଇଣ୍ଟାଫ୍ରିନ ମୁକ୍ତ କରିଥାଏ, ଯାହା ଚକୋଲେଟ ଖାଉଥିବା ବ୍ୟକ୍ତିଙ୍କ ମନୋବଳକୁ ବଢାଇଥାଏ ।
ଚକୋଲେଟ ଆମ ହାର୍ଟକୁ ଅନେକ ଫାଇଦା ଦିଏ । ପ୍ରତିଦିନ ଡାର୍କ ଚକୋଲେଟ ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମିଯାଏ ।