ETV Bharat / bharat

ୟୁଟ୍ୟୁବ ଦେଖି କରୁଥିଲେ ଡେଲିଭରି, ଚାଲିଗଲା ଜୀବନ

ଉତ୍ତରପ୍ରେଦଶର ଗୋରଖପୁରଠାରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଭଡା ଘରେ ରହୁଥିବା ଜଣେ 25 ବର୍ଷୀୟ ମହିଳା ୟୁଟ୍ୟୁବ ଦେଖି ପିଲା ଜନ୍ମ କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୈଜନ୍ୟ: ଡିଜାଇନ ଫଟୋ
author img

By

Published : Mar 12, 2019, 11:57 AM IST

ପ୍ରୟାଗରାଜ: ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ୍ ସେବା ୟୁଟ୍ୟୁବ । ବର୍ତ୍ତମାନ ସମସ୍ତେ ଏକ ପ୍ରକାର ୟୁଟ୍ୟୁବ ଉପରେ ନିର୍ଭରଶୀଳ । ତେବେ ଅନେକ ସମୟରେ ଆମେ ୟୁଟ୍ୟୁବରେ ଏମିତି ସବୁ ଜିନିଷ ଦେଖିଥାଉ ଯାହା ଆମକୁ ଅନେକ ସାହାଯ୍ୟ କରିଥାଏ । ସେ ରୋଷେଇ କରିବା ହେଉ ଅବା ମେକଅପ୍ । କିନ୍ତୁ ଯଦି ଆପଣ ମଧ୍ୟ ୟୁଟ୍ୟୁବକୁ ଅଧିକ ଗୁରୁତ୍ବ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ଉତ୍ତରପ୍ରେଦଶର ଗୋରଖପୁରଠାରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଭଡା ଘରେ ରହୁଥିବା ଜଣେ 25 ବର୍ଷୀୟ ମହିଳା ୟୁଟ୍ୟୁବ ଦେଖି ପିଲା ଜନ୍ମ କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ପୋଲିସର ସୂଚନା ଅନୁସାରେ, ମୃତ ମହିଳା ବହରାଇଚିର । ସେ ଗତ 4ବର୍ଷ ହେବ ଗୋରଖପୁରରେ ରହୁଥିଲେ । ତେବେ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଯେଉଁ କାରଣରୁ ସେ ଚାରିଦିନ ପୂର୍ବରୁ ଗୋଟିଏ ବିଲନ୍ଦପୁର ଇଲାକାରେ ଏକ ଘର ଭଡାରେ ନେଇଥିଲେ । ମାତ୍ର ରବିବାର ଦିନ କିଛି ଲୋକେ ତାଙ୍କ କବାଟରେ ରକ୍ତ ଛିଟା ଲାଗିଥିବାର ଦେଖିବାକୁ ପାଇଥିଲେ । ଆଉ ଏହାପରେ ସେମାନେ ପୋଲିସକୁ ଖବର ଦେଇଥଲେ ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନରୁ ମହିଳା ଏବଂ ତାଙ୍କ ଶିଶର ରକ୍ତ ଜୁଡୁବୁଡୁ ଶରୀର ପାଇଥିଲା । ଏହାପରେ ମହିଳାଙ୍କ ଶରୀରକୁ ପୋଷ୍ଟମୋର୍ଟମ ପାଇଁ ପଠା ଯାଇଥିଲା । ଏହାମଧ୍ୟ କୁହାଯାଉଛି ଯେ, ମହିଳା ଜଣଙ୍କ ଗର୍ଭପାତ କରାଇବାକୁ ଚାହୁଁନଥିଲେ । ଯେଉଁ କାରଣରୁ ସେ ନିଜେ ୟୁଟ୍ୟୁବ ଦେଖି ପିଲା ଜନ୍ମ କରିବାକୁ ଚେଷ୍ଟା କରୁଥିଲେ ।

ପୋଲିସର କହିବା ଅନୁସାରେ ମୃତ ମହିଳା ଜଣଙ୍କ ଅବିବାହିତ ଥିଲେ । ଏବେ ତାଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ଅଭିଯୋଗ କରାଯାଇନାହିଁ ।

।ନିର୍ବାଚନ ତାରିଖ ଘୋଷଣ ପରେ ଚଳଚଞ୍ଚଳ ହୋଇଛି ନବୀନ ନିବାସ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି ।ଯେ 

ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ଖୁବ ଶିଘ୍ର ହେବ ।ଦଳ ବିଜୟ ନେଇ ଖୁବ ଆଶାବାଦୀ ଅଛି । ସମସ୍ତ ଙ୍କୁ ଠିକ୍ ପ୍ରାଧାନ୍ୟ ଦିଆଯିବ ବୋଲି  ନବୀନ କହିଛନ୍ତି ।ଦଳରେ ଆଶାୟୀ ଙ୍କୁ ଠିକ୍ ଭାବେ ସମନ୍ୱୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.