ETV Bharat / bharat

ସ୍କୁଲରେ ଭଲ ପ୍ରଦର୍ଶନ ପାଇଁ ଶିଶୁଙ୍କୁ ଉତ୍ସାହିତ କରିବା ଜରୁରୀ - ପ୍ରି-ସ୍କୁଲ କାର୍ଯ୍ୟକ୍ରମ

ସମସ୍ତଙ୍କ ସ୍ମରଣଶକ୍ତି ସମାନ ହୋଇନଥାଏ । ସ୍କୁଲରେ ଶିଶୁଙ୍କ ମଧ୍ୟରେ ଶିକ୍ଷାଗତ ଅସମାନତା ଦେଖାଯାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଶିଶୁଙ୍କ ମାନସିକ ଓ ଭାବନାତ୍ମକ ବିକାଶ ଜରୁରୀ ଓ ସଠିକ ଭାବରେ ଏହାର ପରିଚାଳନା କରିବା ମଧ୍ୟ ଜରୁରୀ । ତେଣୁ ସ୍କୁଲରେ ଏକ୍ସଟ୍ରା କରିକୁଲାର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 23, 2019, 12:41 PM IST

ହାଇଦ୍ରାବାଦ: ଶିଶୁଙ୍କ ମାନସିକ ଓ ଭାବନାତ୍ମକ ବିକାଶ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରି-ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଯେତେବେଳେ ଆମେ ଖେଳକୁଦ କରିଥାଉ, ସେତେବେଳେ ଆମର ହାତ, ଗୋଡ, କାନ୍ଧ ଚଳ ପ୍ରଚଳିତ ହୋଇଥାଏ ଓ ଏହାକୁ ମସ୍ତିସ୍କ ପରିଚାଳିତ କରିଥାଏ । କିନ୍ତୁ ଯେତେବେଳେ ଗୀତ ଗାଇଥାଉ ସେତେବେଳେ ଆମେ ସ୍ଥିର ରହିଥାଉ, ଏହା ମଧ୍ୟ ମସ୍ତିସ୍କ ପରିଚାଳିତ କରିଥାଏ । ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମ ଯଥା, ମାର୍ଚିଂ, ଡ୍ୟାନ୍ସିଂ, ଖେଳକୁଦ କରିବା ଦ୍ବାରା ଶିଶୁଙ୍କର ମାନସିକ ବିକାଶ ସ୍ବୟଂ ମଧ୍ୟରେ ହୋଇଥାଏ ।

ଏହାକୁ ଅଧ୍ୟୟନ କରିବା ପାଇଁ ନିମ୍ନ ସାମାଜିକ ସମୁଦାୟର 113 ଜଣ ଶିଶୁଙ୍କୁ ନେଇ ରିସର୍ଚ୍ଚ କରାଗଲା । ସ୍କୁଲ ସମୟରୁ ହିଁ ନିଜ ଭାବନା, ଅନୁଭୂତି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ବୋଲି ବୈଜ୍ଞାନିକ କହିଛନ୍ତି । ଶିଶୁ ଥିବା ସମୟରେ ହିଁ ସେମାନଙ୍କୁ ସଠିକ୍ ରୂପରେ ଗଢାଯାଇପାରିବ । ଶିଶୁଙ୍କର ଦୈନିକ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସେମାନଙ୍କ ଭାବନାତ୍ମକ କଳାକୁ ପ୍ରୋତ୍ସାହନ କରିବା ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ । ଏହି ରିସର୍ଚ୍ଚ ଅନ୍ତର୍ଭୁକ୍ତ, ଶିଶୁଙ୍କୁ ଏକ ନିର୍ଦ୍ଧିଷ୍ଟ ଅନ୍ତରାଳରେ ରିଦିମ୍ ଓ ମୁଭମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା ।

ଶିଶୁଙ୍କ ମଧ୍ୟରେ ସ୍ନାୟୁ ଜନିତ ପ୍ରଭେଦ, ଶିକ୍ଷାଗତ ଅସମାନତାର କାରଣ । ତେବେ ଶିଶୁଙ୍କୁ ସ୍କୁଲ ସମୟରୁ ସଙ୍ଗୀତ ମାଧ୍ୟମରେ ଶିକ୍ଷାଦାନ ଦେବା ଜରୁରୀ । ପାଠପଢା ସହ ଅନ୍ୟ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଛୋଟ ବେଳୁ ଅନେକ ଗୀତ, ନାଚ ଶିଖିଥାନ୍ତି ଫଳରେ ସେମାନଙ୍କ ମାନସିସ ଅବସ୍ଥାରେ ମଧ୍ୟ ସ୍ଥିରତା ଆସିଥାଏ । ଏମିତି ଅନେକ ଶିଶୁ ଅଛନ୍ତି ଯେଉଁମାନେ ଏହି ଶିକ୍ଷାର ଲାଭ ଉଠାଇ ପାରୁନାହାଁନ୍ତି । ସେମାନଙ୍କ ପାଇଁ ସ୍କୁଲରେ କଳାତ୍ମକ କାର୍ଯ୍ୟକ୍ରମ କରିବା ଜରୁରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.