ନୂଆଦିଲ୍ଲୀ: ହ୍ବାଟ୍ସଆପ ୟୁଜରଙ୍କ ପାଇଁ ଖୁସି ଖବର । କାରଣ ହ୍ବାଟ୍ସଆପ୍ ଆଣିଛି ନୂଆ ଫିଚର । ଏବେ ହ୍ବାଟ୍ସଆପ୍ କଲ ଦ୍ବାରା କଲ୍ ୱେଟିଙ୍ଗ୍ ଫିଚର ସାମିଲ ହୋଇଛି । ଯାହାର ସୂଚନା ଦେଇଛି ୱାବଟାଇମଫୋ ।
ତେବେ ଏହି ସୁବିଧା କେବଳ ଆପେଲ ୟୁଜରଙ୍କ ପାଇଁ ଉପଲବ୍ଧ । ତେବେ ଯଦି ଆପଣ ଏହି ଫିଚର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜ ହ୍ବାଟ୍ସଆପରେ ios ଭର୍ଜନ 2.19.120 ଅପଡେଟ୍ କରିବାକୁ ପଡିବ ।
ତେବେ ଏହି ଭର୍ଜନ ଅପଡେଟ୍ କରିବା ପରେ ଆପଣ ଯଦି କୌଣସି ହ୍ବାଟ୍ସଆପ୍ କଲରେ କଥା ହେଉଛନ୍ତି , ତେବେ ଅନ୍ୟ କେହି ଆପଣଙ୍କୁ କଲ କଲେ ଉକ୍ତ କଲର ୱେଟିଙ୍ଗ୍ ଆପଣଙ୍କୁ ଦେଖାଇବ । ଏହାଦ୍ବାରା ୟୁଜରଙ୍କୁ ନା କେବଳ ଅନ୍ୟ କଲ ସମ୍ପର୍କରେ ଜଣାପଡିବ ଏଥିସହ ୟୁଜର ଚାହିଁଲେ ଉକ୍ତ କଲକୁ ରିସିଭ୍ କରି କଥା ବି ହେଇପାରିବେ ।