ETV Bharat / bharat

କର୍ଣ୍ଣାଟକ ପରେ ଧାର୍ମିକସ୍ଥଳ ଖୋଲିବାକୁ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର

କର୍ଣ୍ଣାଟକ ପରେ ଏବେ ପଶ୍ଚିମବଙ୍ଗ ସରକାର ଜୁନ 1ରୁ ଧାର୍ମିକସ୍ଥଳ ଗୁଡିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ମନ୍ଦିର ପରିସରରେ 10ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ ।

West Bengal government has decided to open religious sites after Karnataka
କର୍ଣ୍ଣାଟକ ପରେ ଧାର୍ମିକସ୍ଥଳ ଖୋଲିବାକୁ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର
author img

By

Published : May 29, 2020, 8:17 PM IST

କୋଲକତା: କର୍ଣ୍ଣାଟକ ପରେ ଏବେ ପଶ୍ଚିମବଙ୍ଗ ସରକାର ଜୁନ 1ରୁ ଧାର୍ମିକସ୍ଥଳ ଗୁଡିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ମନ୍ଦିର ପରିସରରେ 10ରୁ ଅଧିକ ଲୋକଙ୍କୁ ଏକାଠି ହେବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି ।

ଦେଶରେ କୋରୋନା ଭୂତାଣୁର ବିସ୍ତାର ବୃଦ୍ଧି ପାଉଥିବାରୁ ସମସ୍ତ ଧାର୍ମିକ ସ୍ଥାନ, ଶିଳ୍ପ, ବ୍ୟବସାୟ ଆଦି ବନ୍ଦ ରହିଥିଲା । ମେ 25 ତାରିଖରୁ ସମଗ୍ର ଦେଶରେ ଲକଡାଉନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ବେଳେ ମେ 31ରେ ଏହାର ଅବଧି ଶେଷ ହେବ ।

ତେବେ ଲକଡାଉନର ପ୍ରତି ପର୍ଯ୍ୟାୟରେ ସରକାର ଜାରି କରିଥିବା ନିୟମକୁ ସେ ସମୟର ସ୍ଥିତିକୁ ଦୃଷ୍ଟିରେ ରଖି କୋହଳ କରୁଛନ୍ତି । ନିକଟରେ ହୋଇଥିବା ବୈଠକରେ କେନ୍ଦ୍ର ଲକଡାଉନ କୋହଳ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାର ଧାର୍ମିକସ୍ଥଳ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.