ନୂଆଦିଲ୍ଲୀ: କୋରୋନାକୁ ମାତ୍ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ । ଶନିବାର କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କୋରୋନାରେ ସୁସ୍ଥ ହୋଇ ଗୋଆର ମଣିପାଲ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।
ମେଡିକାଲରୁ ଡିସଚାର୍ଜ ହେବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ସେ ଭଲ କାମ କରୁଥିଲେ। ତେବେ ମନ୍ତ୍ରୀ ମେଡିକାଲରୁ ଯାଉଥିବା ସମୟରେ ସ୍ବାସ୍ଥ୍ୟକର୍ମୀ ମାନେ ତାଙ୍କୁ କରତାଳି ଦେଇ ବିଦାୟ ଦେଇଥିଲେ ।
ତେବେ ମନ୍ତ୍ରୀ ଘରକୁ ଯିବା ପୂର୍ବରୁ ଡାକ୍ତରଙ୍କ ଟିମ୍ ସହ ଗୋଆର ମେଡିଆଲ ଆସୋସିଏସନ ମୁଖ୍ୟ ଏବଂ ମଣିପାଲ ମେଡିକାଲ ଏକ୍ସପର୍ଟ ଡ. ସେଖର ସଲାଙ୍କରଙ୍କୁ ନେଇ ପ୍ରାର୍ଥନା ପାଇଁ ମନ୍ଦିର ଯାଇଥିଲେ ।
ପ୍ରକାଶ ଥାଉକି, କୋରୋନା ଆକ୍ରାନ୍ତ ହେବା ପରେ ଅଗଷ୍ଟ 12 ରେ ମନ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଚିକିତ୍ସା ପାଇଁ ନୂଆଦିଲ୍ଲୀରୁ ଏକ ଡାକ୍ତରୀ ବିଶେଷଜ୍ଞ ଟିମ୍ ଗୋଆରେ ପହଞ୍ଚିଥିଲେ।