ପାନାଜୀ: କୋରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ପାନାଜୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆୟୁଷ ମନ୍ତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
ଉତ୍ତର ଗୋଆରରୁ ବିଜେପିର ସାଂସଦ ଥିବା 67 ବର୍ଷିୟ ବିଜେପି ଶ୍ରୀପଦଙ୍କୁ ଗୁରୁବାର ରାତିରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ଓ ତାଙ୍କ ପତ୍ନୀ ଉଭୟ କୋରୋନା ପଜିଟିଭ ଚିହ୍ନଟ ହେବାପରେ ବୁଧବାର ଠାରୁ ହୋମ ଆଇସୋଲେସନରେ ରହିଥିଲେ ।
ଶ୍ରୀପଦଙ୍କୁ ଜ୍ବର ହେବା ପରେ ଗୁରୁବାର ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ଜ୍ବର ବର୍ତ୍ତମାନ କମିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ହୋଲି, ନାୟକଙ୍କ ବଡ ପୁଅ ସିଦ୍ଧେଶ ସୂଚନା ଦେଇଛନ୍ତି ।