ETV Bharat / bharat

କାଶ୍ମୀରୀ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା

କାଶ୍ମୀରୀର ଦୁଇ ଯୁବତୀଙ୍କୁ ବିବାହ କରିବା ଦୁଇ ବିହାରୀ ପୁଅଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ ଜେଲ ଯିବାକୁ ପଡ଼ିଥିବା ବେଳେ ଦୁଇ ଯୁବତୀ ଆଉ କାଶ୍ମୀର ଫେରିବାକୁ ଚାହୁଁନଥିବା ପ୍ରକାଶ କରିଛନ୍ତି । ତେବେ ଯୁବତୀଙ୍କୁ ପରିବାର ସଦସ୍ୟଙ୍କ ମାମଲାକୁ ଭିତ୍ତି କରି ପୋଲିସ ଉକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 30, 2019, 9:32 PM IST

ଶ୍ରୀନଗର: ଦୁଇ କାଶ୍ମୀରୀ ଝିଅଙ୍କୁ ବିବାହ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । କାଶ୍ମୀରର ଦୁଇ ଝିଅଙ୍କୁ ବିବାହ କହି ବିହାରର ଦୁଇ ଭାଇଙ୍କୁ ଜେଲ ମୁହଁ ଦେଖିବାକୁ ପଡିଛି । ଘାଟି ଅଞ୍ଚଳର ଦୁଇ ଝିଅଙ୍କ ସହିତ ପ୍ରେମ, ପରେ ବାହାଘର ଓ ପରେ ଜେଲ ହାଜତ ଦେଖିବାକୁ ପଡ଼ିଛି ଦୁଇ ବିହାର ଯୁବକଙ୍କୁ ।

ମିଳିଥିବା ସୂଚନା ମତୁବାକ ଜମ୍ମୁ କାଶ୍ମୀର ସୁପୌଲ ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ପରଭେଜ ଓ ତବରେଜ ଦୁଇ କାଶ୍ମୀର ନାବାଳିକାଙ୍କୁ ପ୍ରେମ କରୁଥିଲେ । ଏହି ପ୍ରେମ ସମ୍ପର୍କ 3 ବର୍ଷ ଚାଲିବା ପରେ ଉଭୟ ପରଭେଜ ଓ ତବରେଜ ଉକ୍ତ କାଶ୍ମୀର ଝିଅଙ୍କୁ ବିବାହ କରି ନେଇଥିଲେ ।

ମାତ୍ର ଉକ୍ତ ଯୁବତୀଙ୍କ ପରିବାର ସଦସ୍ୟମାନେ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ । ଫଳରେ ତଦନ୍ତ ଆରମ୍ବ କରିଦେଇଥିଲେ । ତଦନ୍ତ ପ୍ରକ୍ରିୟାକୁ ଆଗେଇବା ସହିତ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ତେବେ ଏହି ପୁରା ମାମଲା ବିଗତ 3 ବର୍ଷ ପୁରୁଣା । କାଶ୍ମୀରର ଦୁଇ ଯୁବତୀଙ୍କୁ ବିହାରରୁ ଯାଇଥିବା ଦୁଇ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉଭୟଙ୍କ ମଧ୍ୟରେ ପାଖାପାଖି 3 ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା । 3 ବର୍ଷ ଧରି ଏହି ପ୍ରେମ ସମ୍ପର୍କ ଚାଲିବା ପରେ ପରସ୍ପରକୁ ବିବାହ କରିଥିଲେ । ପ୍ରଥମେ କୋର୍ଟ ମ୍ୟାରେଜ ଓ ପରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଦୁଇ ପୁଅ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଦୁଇ ଯୁବତୀ ମଧ୍ୟ ସମ୍ପର୍କୀୟ ଭଉଣୀ ହୋଇଥିବା ଜଣାପଡ଼ିଛି ।

ଏହି ଦୁଇ ଭଉଣୀଙ୍କ ଅପହରଣ ନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ସୁପୌଲରୁ ସେମାନଙ୍କୁ ଉଦ୍ଧାର କରିବା ସହିତ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଏହି ମାମଲାରେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ଡିଏସପି କହିଥିଲେ ।

ତେବେ ନିଜ ସ୍ବାମୀଙ୍କୁ ଛାଡ଼ି କାଶ୍ମୀର ଫେରିବେ ନାହିଁ ବୋଲି ଯୁବତୀମାନେ ପ୍ରକାଶ କରିଛନ୍ତି । ସେପଟେ ଯୁବତୀମାନେ ସାବାଳିକା ଓ ସେମାନଙ୍କ ମତାମତ ଅନୁଯାୟୀ ବିବାହ ହୋଇଛି ବୋଲି ଯୁବକ ମାନେ ପ୍ରକାଶ କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.