ନୂଆଦିଲ୍ଲୀ: କୋରୋନା ଭାଇରସର ଆତଙ୍କ ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ଏହା କାରଣରୁ ଭାରତ ସମେତ ଅନେକ ଦେଶ ଲକ୍ ଡାଉନ୍ ହୋଇଛି । କେବଳ ଗୁରୁତ୍ବପୂର୍ଣ୍ଣ କାମ ଥିଲେ ହିଁ ଲୋକ ବାହାରକୁ ଯାଇପାରୁଛନ୍ତି । ତେବେ ଏ ମଧ୍ୟରେ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ଟ୍ରେନିଂକୁ ସ୍ଥଗିତ କରାଯାଇଛି ।
ଭାରତୀୟ ବାୟୁ ସେନାର 4ଜଣ ପାଇଲଟ ରୁଷିଆରେ ଅନ୍ତରୀକ୍ଷ ଯାତ୍ରୀ ଟ୍ରେନିଂ ନେଉଥିଲେ । ମିଶନ ଗଗନଯାନ ପାଇଁ ସେମାନଙ୍କୁ ବିଶେଷ ଭାବରେ ଟ୍ରେନିଂ ଦିଆଯାଉଥିଲା । ରୁଷିଆର ରାଜଧାନୀ ମସ୍କୋରେ କୋରୋନା ଭାଇରସ କାରଣରୁ ଲକ୍ ଡାଉନ୍ ରହିଛି । ଏହି କାରଣରୁ ଟ୍ରେନିଂ ଉପରେ ରୋକ୍ ଲଗାଯାଇଛି ।
ଗଗନଯାନ ପାଇଁ ବାୟୁସେନାର 4ଜଣ ପାଇଲଟଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ କ୍ୟାପ୍ଟେନ ମଧ୍ୟ ଅଛନ୍ତି । ସେମାନଙ୍କ ଟ୍ରେନିଂ ଗୋଟେ ବର୍ଷର ଥିଲା । ସେମାନଙ୍କ ଖାଇବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଇଥାଏ । ପ୍ରକାଶଥାଉକି, ରୁଷିଆରେ ମୋଟ 6, 343ଟି ମାମଲା ସାମ୍ନାକୁ ଆସିଲାଣି । ଏହାସହ ରୁଷିଆରେ 47ଜଣ ଲୋକଙ୍କ ମୃତ୍ୟୁ ହେଲାଣି ।