ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Jan 21, 2021, 7:01 PM IST

1.ଓଡିଶା ଉପକୂଳରୁ SAAW ଅସ୍ତ୍ରର ସଫଳ ପରୀକ୍ଷଣ କଲା HAWK-i

ଗୁରୁବାର ଓଡିଶା ଉପକୂଳରୁ ନୌସେନାର ହକ-ଆଇ ଏୟାରକ୍ରାଫ୍ଟରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କରାଯାଇଛି ।

2. ସେରମ ଇନଷ୍ଟିଚ୍ଯୁଟ ଅଗ୍ନିକାଣ୍ଡରେ ଆଖି ବୁଜିଲେ 5

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ଇନଷ୍ଟିଚ୍ୟୁଟର 1 ନମ୍ବର ଟର୍ମିଲାଲ ଗେଟରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଅଗ୍ନିକାଣ୍ଡରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

3. ସେବାୟତ ପରିବାରକୁ ମାଗଣା ଟିକା ଦେବାକୁ ଅନୁରୋଧ

ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ।

4. ଚା’ କଫିରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ଡି ପ୍ରକାଶ ରାଓଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଚିତ୍ରକର । ଚା ଆଉ କଫିରେ ପଦ୍ମଶ୍ରୀ ପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୟୂରଭଞ୍ଜର ଚିତ୍ରକର ।

5. ବିଜେପିର ଚାଷୀ ଅଧିକାର ରାଲି, ଗିରଫ ହେଲେ ଅନେକ ନେତା

ଚାଷୀଙ୍କ ପାଇଁ ସମ୍ବଲପୁରରେ ବିଜେପିର ବିଶାଳ ଚାଷୀ ଅଧିକାର ରାଲି ପରେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା । ପୋଲିସ ବ୍ୟାରିକେଟ ଭାଙ୍ଗି ଆରଡିସି ଅଫିସ ପଶିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଗିରଫ ହୋଇଛନ୍ତି ବହୁ ନେତା ।

6. ଟୀକାକରଣର ଷଷ୍ଠ ଦିନ: ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି 600 ପାର୍ଶ୍ବପ୍ରତିକ୍ରିୟା ମାମଲା

ଟୀକାକରଣର ଆଜି ଷଷ୍ଠ ଦିନ । ବର୍ତ୍ତମାନସୁଦ୍ଧା 6.31 ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦିଆଯାଇସାରିଛି । ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ପାଖାପାଖି 600 ଜଣଙ୍କଠାରେ ଭ୍ୟାକ୍ସିନର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି ।

7. ଅଧ୍ୟାପିକା ବୋହୂ ଦରମା ନେବା କଥାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ ପ୍ରଫୁଲ୍ଲ

ବୋହୂଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

8. ବିଶ୍ବର ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ IFFCO ନମ୍ବର ୱାନ

IFFCO ଦୁନିଆର ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ 1 ନମ୍ବର ବୋଲି ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି । 36,000ରୁ ଅଧିକ ସଦସ୍ୟ ସମବାୟ ସମିତି ଏବଂ ପ୍ରାୟ 7 ବିଲିୟନ ଡଲାରର ଗୋଷ୍ଠୀ କାରବାର କରୁଥିବା IFFCO ଦୁନିଆର ସବୁଠୁ ବଡ ସହଯୋଗୀ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି ।

9. ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତଙ୍କ ମୁକ୍ତ ପ୍ରସଙ୍ଗ, ନିଷ୍ପତ୍ତି ନେବେ ତାମିଲନାଡୁ ରାଜ୍ୟପାଳ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୁ୍କ୍ତ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯିବ କି ନାହିଁ ତାହା ତାମିଲନାଡୁର ରାଜ୍ୟପାଳ ସ୍ଥିର କରିବେ ।

10. 4 କେଜିର ନିରାମିଷ ଥାଳି ଖାଇଲେ ଜିତିବେ ବୁଲେଟ୍

ରେସ୍ତୋରାଁରେ ଗ୍ରାହକଙ୍କ ପାଇଁ ପୁଣେ ମାଲିକ ଆଣିଛନ୍ତି ଭିନ୍ନ ଅଫର । 4 କେଜିର ନିରାମିଷ ଥାଳି ସମ୍ପୂର୍ଣ୍ଣ ଶେଷ କଲେ ଜିତିପାରିବେ ରୟାଲ ଏନଫିଲ୍ଡର ବୁଲେଟ ବାଇକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.