ETV Bharat / bharat

TOP NEWS@3PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 6, 2020, 3:03 PM IST

1.ଖୋର୍ଦ୍ଧା ଏସପି କୋରୋନା ପଜିଟିଭ

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି ।

2.କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ

କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ । ଚାଷୀ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

3.ଆଜି ପୁଣି ରାଜ୍ୟର 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ପୁଣି 10 ଜୀବନ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ହୋଇଛି ।

4.ରାମ ମନ୍ଦିର ଟ୍ରଷ୍ଟକୁ 21,000 ଟଙ୍କା ଦାନ କଲେ ହାର୍ଦ୍ଦିକ ପଟେଲ

ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ଗୁଜୁରାଟରେ କଂଗ୍ରେସ ପାର୍ଟିର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ନିଜ ପରିବାର ପକ୍ଷରୁ ମନ୍ଦିର ଟ୍ରଷ୍ଟକୁ 21,000 ଟଙ୍କା ଦାନ କରିଛନ୍ତି ।

5.କୋଭିଡ ଆର୍ଥିକ ପ୍ୟାକେଜର ଦ୍ବିତୀୟ କିସ୍ତି, 890 କୋଟି ଜାରି କଲା କେନ୍ଦ୍ର

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ-19 ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଦ୍ବିତୀୟ କିସ୍ତିର ଆର୍ଥିକ ପ୍ୟାକେଜ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହା ଜରିଆରେ 890.32 କୋଟି ଟଙ୍କା ବଣ୍ଟନ ହେବ ।

6.ଅଗଷ୍ଟ 6 ସୁଦ୍ଧା ଦେଶରେ ସରିଛି 2,21,49,351 କୋରୋନା ଟେଷ୍ଟ: ICMR

ଅଗଷ୍ଟ 6 ସୁଦ୍ଧା ଦେଶରେ 2,21,49,351 କୋରୋନା ପରୀକ୍ଷା ସରିଛି ବୋଲିଛି ଆଇସିଏମଆର ଗୁରୁବାର ସୂଚନା ଦେଇଛି ।

7.24 ଘଣ୍ଟାରେ 56,282 କୋରୋନା ପଜିଟିଭ ରିପୋର୍ଟ, 904 ମୃତ

ଦେଶରେ କାମ କରୁନି ସଚେତନତା । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ 19 ଲକ୍ଷ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

8.55 ହଜାର ଟପିଲା ସୁନା

ଏ ବର୍ଷ ସୁନା ଦାମରେ ପ୍ରାୟ 40 ପ୍ରତିଶତ ବୃଦ୍ଧି ହୋଇଥିବା ବିଶେଷଜ୍ଞ କହିଛନ୍ତି । କୋରୋନା ମହାମାରୀ ଯୋଗୁ ପୁଞ୍ଜି ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ନିବେଶର ସୁରକ୍ଷିତର ମାଧ୍ୟମ ପାଲଟିଛି । ଏଥିପାଇଁ ଦର କ୍ରମାଗତ ବଢିଚାଲିଛି ।

9.ସୋସିଆଲ ମିଡିଆରେ କ୍ଷମା ମାଗିଲେ ଅମିତାଭ !

ନିଜ ଭୁଲ ମାନିଲେ ମହାନାୟକ ଅମିତାଭ । ଟ୍ବିଟ କରି ସମସ୍ତଙ୍କୁ ମାଗିଲେ କ୍ଷମା ।

10.ଆତ୍ମହତ୍ୟା କଲେ ଟେଲିଭିଜନ ଷ୍ଟାର ସମୀର ଶର୍ମା

ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଆକ୍ଟରଙ୍କ ଆତ୍ମହତ୍ୟା ଖବର । ମୁମ୍ବାଇସ୍ଥିତ ମଲାଡ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସମୀର ଶର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.