ETV Bharat / bharat

ଆଜି ଦଶନ୍ଧିର ବିରଳ ଚନ୍ଦ୍ରଗ୍ରହଣ - ଚନ୍ଦ୍ରଗ୍ରହଣ

ଆଜି ଦୃଶ୍ୟମାନ ହେବ ଦଶନ୍ଧିର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ । ଅପରାହ୍ଣ 4ଟା 32କୁ ଦେବନୀତିି ସହ ପାକ ନିଷେଧ ରହିଛି । ତେବେ 149 ବର୍ଷ ପରେ ଚନ୍ଦ୍ରଗ୍ରହଣ ଓ ଗୁରୁପୂର୍ଣ୍ଣିମାର ସଂଯୋଗ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡି଼ଆ
author img

By

Published : Jul 16, 2019, 9:13 AM IST

ଭୁବନେଶ୍ବର: ଦଶନ୍ଧିର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । 15 ବର୍ଷ ପରେ ମଙ୍ଗଳ ଗ୍ରହ ପୃଥିବୀର ଅତି ନିକଟର ହେବ । ଏହା ଚଳିତ ବର୍ଷର 2ୟ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଏସିଆ ମହାଦେଶରେ ଦେଖିବାକୁ ମିଳିବ । ତେଣୁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ ।

ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ ରହିବ । ଫଳରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନପାରେ । ମଙ୍ଗଳବାର ମଧ୍ୟରାତ୍ରି 1ଘଟିକା 32 ମିନିଟରେ ଗ୍ରହଣ ଆରମ୍ଭ ହୋଇ ବୁଧବାର ଭୋର ସକାଳ 4 ଟା 31ରେ ସର୍ବମୋକ୍ଷ ହେବ । ଅପରାହ୍ଣ 4ଟା 32ରୁ ଦେବନୀତି ଓ ପାକ ନିଷେଧ ରହିଛି । ଅପରାହ୍ନ 4ଟା ସଦ୍ଧା ଶ୍ରୀମନ୍ଦିରରେ ନୀତି ସାରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅପରାହ୍ନ 2ଟା ସୁଦ୍ଧା ବାହାରିବ ନୀଳାଦ୍ରି ଅବଢା ।

ତେବେ ଚନ୍ଦ୍ର ଉପରେ ଲାଗୁଥିବା ଏହି ଗ୍ରହଣ ପ୍ରକ୍ରିୟାକୁ 'ନାସା' ପକ୍ଷରୁ 'ଚମକଦାର ଶୋ' ବୋଲି କୁହାଯାଇଛି । ଏହି ସମୟରେ ଚନ୍ଦ୍ର ପୃଥିବୀର ନିକଟତର ହେଉଥିବାରୁ ତାକୁ 'ସୁପରମୁନ' କୁହାଯାଇଛି । ଆଜି ଆଷାଢ ପୂର୍ଣ୍ଣିମା ହୋଇଥିବା ବେଳେ ଦେଶରେ ଗୁରୁ ପୂର୍ଣ୍ଣିମା ପାଳନ ହେଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା 149 ପରେ ଗୁରୁପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ଏକା ସାଙ୍ଗରେ ପଡ଼ୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.