ETV Bharat / bharat

ଆଜି ମିଳିବ ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’

ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ(83) ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ ।

ଡିଡାଇନ ଫଟୋ
author img

By

Published : Aug 8, 2019, 12:48 PM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ(83) ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ । ଆଜି(ଗୁରୁବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ଚଳିତ ବର୍ଷ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ସମାଜସେବୀ ନାନାଜୀ ଦେଶମୁଖ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବ । ଏ ନେଇ ପୂର୍ବରୁ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରଣବ ମୁଖାର୍ଜୀ ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟଭାରରେ ସମ୍ଭାଳିଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ହିସାବରେ ସେ ୟୁପିଏ ସରକାରଙ୍କ ଅମଳରେ ଏକାଧିକ ମନ୍ତ୍ରିପଦରେ ରହିଥିଲା। ୟୁପିଏ ୨ ଅମଳରେ ଶ୍ରୀ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଏହି ଦାୟିତ୍ୱରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଏହାସହ ସେ କଂଗ୍ରେସର ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପିଭି ନରସିଂହା ରାଓ ଓ ଦୁଇ ଦୁଇ ପ୍ରଧାନମନ୍ତ୍ରୀ ଥର ରହିଥିବା ମନମୋହନ ସିଂହଙ୍କ ସମୟରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ସମ୍ଭାଳିଥିଲେ । ୧୯୬୯ରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୮ରେ ତାଙ୍କୁ ପଦ୍ମ ବିଭୁଷଣରେ ସମ୍ମାନିତ କରାଯାଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.