ପାଟନା: ଆଗକୁ ଆସୁଛି ଆରଜେଡିର କର୍ତ୍ତଧର୍ତ୍ତା ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜନ୍ମଦିନ । ଏହି ଦିନ ଗାଁରୁ ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବୃକ୍ଷରୋପଣ କରାଯିବ ।

ସୂଚନାମୁତାବକ, ଆସନ୍ତା ନଭେମ୍ବର 9ରେ ନିଜ ନେତାଙ୍କର ବଡ ଧୁମଧାମର ସହକାରେ ଜନ୍ମ ଦିନ ପାଳିବା ସହ ବୃକ୍ଷରୋପଣ କରିବାନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଆରଜେଡି ନେତା ଅରୁଣ ଯାଦବ । ଏହାସହ ସେ କହିଛନ୍ତିଯେ, ନୀତିଶ କୁମାରଙ୍କ 15 ବର୍ଷ ଶାସନ କାଳରେ ଗୋଟେ ଛୁଞ୍ଚିର ଫ୍ୟାକ୍ଟ୍ରୀ ଟିଏ ମଧ୍ୟ ହୋଇପାରିଲାନି । ତେଣୁ ଏହି ଦିନ ଆମ ଦଳ ନୀତିଶ ସରକାରକୁ ଶାସନ ଗାଦିରୁ ହଟାଇବାକୁ ସଙ୍କଳ୍ପ ନେବ ।
ରାଜ୍ୟରେ ବେରୋଜଗାରଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛିଯେ, ଯୁବକମାନେ ବହୁ ସଂଖ୍ୟାରେ ରାଜ୍ୟ ଛାଡି ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।