ETV Bharat / bharat

ରାହୁଲଙ୍କୁ ସୁଧାଶୁଂଙ୍କ ସିଧା ହମଲା

ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କୁ ଏବେ ଘେରିବାରେ ଲାଗିଛି ବିଜେପି । ଦଳର ଜଣେ ପରେ ଜଣେ ନେତା କ୍ଷମା ଦାବି କରୁଛନ୍ତି ।

PHOTO
ରାହୁଲଙ୍କୁ ସୁଧାଶୁଂଙ୍କ ସିଧା ହମଲା
author img

By

Published : Dec 15, 2019, 12:45 AM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ରେପ ଇନ ଇଣ୍ଡିଆ ମନ୍ତବ୍ୟକୁ ନେଇ ବିଜେପି କ୍ଷମା ପ୍ରାର୍ଥନା ଦାବି କରିଛି । ଅନ୍ୟପଟେ ରାହୁଲ ନିଜ ଜୀବନ ଚାଲିଗଲେ ମଧ୍ୟ ମୁଁ କ୍ଷମା ମାଗିବି ନାହିଁ ବୋଲି କହିଛନ୍ତି । ଏହାକୁ ନେଇ ଜାରି ରହିଛି ଘମାସାନ ।

ବିଜେପିର ଜଣେ ପରେ ଜଣେ ନେତା ରାହୁଲଙ୍କ ଉପରେ ହମଲା କରୁଛନ୍ତି । ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସୁଧାଶୁଂ ତ୍ରିବେଦୀ କହିଛନ୍ତି ଯେଉଁଠି ରାହୁଲ ଗାନ୍ଧୀଙ୍କ କଥା ଉଠୁଛି ତାଙ୍କ ଚରିତ୍ର ସେମିତି। ରାଫେଲ ମାମଲାରେ ମଧ୍ୟ କିଛି ଦାବି କରି କରି ଶେଷରେ କ୍ଷମା ମାଗିଲେ । ସେହିଭଳି ଆରଏସଏସ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଏବେ କୋର୍ଟକୁ ଦୌଡୁଛନ୍ତି ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିବା ରାହୁଲ ଗାନ୍ଧୀଙ୍କ ଜୀବନର ଏକ ଅଂଶ । ଏହି ଘଟଣାରେ ମଧ୍ୟ ସେୟା ହେବାକୁ ଯାଉଛି ବୋଲି କହିଛନ୍ତି ।

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ଦୁଇ ପାଦ ଆଗକୁ ଯାଇଛି । ଦିର୍ଘ ୬ ଦଶନ୍ଦି ପରେ ଚିତ୍ରକୋଣ୍ଡା ବିଚ୍ଚିନ୍ନାଞ୍ଚଳରେ ପୁଣି ଏକ ନୂତନ ବିଏସଏଫ କେମ୍ପ ସ୍ଥାପନ କରି ପ୍ରଥମ କରି ମାଲକାନଗିରି ପୋଲିସ ଲାଲଗଡର ଶିଖରରେ ଉଡାଇଛି ତ୍ରିରଙ୍ଗା ପତକା । Body:ବିଚ୍ଛିନ୍ନାଞ୍ଚଳ ସମେତ ଆନ୍ଧ୍ର ଓଡିଶା ସୀମାନ୍ତରେ କାୟା ବିସ୍ତାର କରିଥିବା ଲାଲ ବାହିନୀ ଉପରେ ଏବେ ବି.ଏସ.ଏଫର ବାହିନୀ କଡା ନଜର ରଖିବା ସହ ପଛୁଆ ଅଞ୍ଚଳର ବିକାଶରେ ସହାୟକ ହେବେ । ସୂଚନା ମୁତାବକ ୧୯୬୨ ମସିହାରେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଲା ଦେଶର ସର୍ବ ବୃହତ ମାଟି ବନ୍ଧ ଯୋଜନା ଯାହାର ନାମ ରଖା ଗଲା ‘ବାଲିମେଳା ଜଳ ଭଣ୍ଡାର’ । ବିଶାଳ ଜଳ ଭଣ୍ଡାର ଯୋଗୁଁ ବିସ୍ତାପିତ ହେଲେ ୧୫୧ଟି ଗ୍ରାମର ହଜାର ହଜାର ଆଦିବାସି । ଦୀର୍ଘ ୬ ଦଶନ୍ଦି ଧରି ଜଳ ବନ୍ଦି ହୋଇ ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆଦିବାସି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆଶା ନେଇ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବା ପରେ ଏହାର ସୁରକ୍ଷା ସହିତ ବିଚ୍ଛିନ୍ନାଞ୍ଚଳର ବିକାଶ ଲାଗି ଲାଲଗଡର ଶିଖର କୁହାଯାଉଥିବା ହନ୍ତାଳଗୁଡା ଗ୍ରାମରେ ମାଲକାନଗିରି ପୋଲିସ ଏବୋଂ ବି.ଏସ.ଏଫ ବାହିନୀଙ୍କ ମିଳିତ ଉଦ୍ୟମରେ ଏକ ନୂତନ ବି.ଏସ.ଏଫ କେମ୍ପ ପ୍ରତିଷ୍ଟା କରାଯାଇଛି । ଅନେକ ଦିନର ବିଚ୍ଛିନ୍ନାଞ୍ଚଳ ବାସିଙ୍କ ସ୍ଵପ୍ନକୁ ପୂରଣ କରିବା ଲାଗି ମାଲକାନଗିରି ଏସପିଙ୍କ ନେତୃତରେ ଶତାଧିକ ଜବାନଙ୍କୁ ନେଇ ଗୁରୁପ୍ରିୟା ସେତୁ ଅତିକ୍ରମ କରି ପ୍ରଥମଥର ଲାଗି ସୁରକ୍ଷାକର୍ମୀଙ୍କ ଗାଡି ପହଞ୍ଚିଥିଲା ମାଓ ପ୍ରଭାବିତ ହନ୍ତାଳଗୁଡା ଗ୍ରାମରେ । ହାତରେ ବନ୍ଧୁକ ଧରି ମାତୃଭୂମିର ସେବା କରୁଥିବା ବୀର ଯବାନ ହନ୍ତାଳଗୁଡା ଗ୍ରାମରେ ପହଞ୍ଚି ପ୍ରଥମକରି ଲାଲଗଢରେ ଉଡାଇଥିଲେ ତ୍ରିରଙ୍ଗା ପତକା ଆଉ ବୀର ଯବାନଙ୍କୁ ନିଜ ପାଖରେ ଦେଖି ଆଦିବାସି ଲୋକଙ୍କ ମୁଖରେ ଫୁଟିଥିଲା ହସ । ଦୀର୍ଘ ବର୍ଷ ଧରି ବିକାଶ ଧାରରୁ ଦୂରରେ ରହି ଯାଇଥିବା ଲୋକଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ଏହି ବି.ଏସ.ଏଫ କେମ୍ପ ସହାୟକ ହେବ ବୋଲି ମାଲକାନଗିରି ଏସପି ରୁଷିକେଶ ଖିଲାରି କହିଛନ୍ତି ।

ବାଇଟ- ବିଛିନ୍ନାଞ୍ଚଳ ବାସୀ ।
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.