ହାଇଦ୍ରାବାଦ: ସୋମବାର ଯୁଗ୍ମ ପ୍ରବେଶିକା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ହାଇଦ୍ରାବାଦର ଜଣେ ଛାତ୍ର ବିଫଳ ହେବାରୁ ଆତ୍ମହତ୍ୟା କରିଛି । ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଉଛନ୍ତି 17 ବର୍ଷୀୟ ସାହିଲ । ସେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ସାହିଲ ହାଇଦ୍ରାବାଦସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସୋମବାର ଜେଇଇ ପରୀକ୍ଷା ଫଳ ବାହାରିଥିଲା । ଏଥିରେ ସାହିଲ ବିଫଳ ହୋଇଥିବା ଜାଣିବା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ଫଳରେ ସେ ଆଜି ନିଜ ବାପାଙ୍କ ବନ୍ଧୁକ ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ ।
ଏହି ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।