ଜମ୍ମୁ: ସୋମବାର ଖୋଲିବ କାଶ୍ମୀରର ସମସ୍ତ ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ମହମ୍ମଦ ୟୁନିସ ମଲ୍ଲିକ । ସ୍କୁଲ ଖୋଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା । ଶୀତ ଅବକାଶ ରବିବାର ଶେଷ ହେବା ପରେ ସୋମବାର ସମସ୍ତ ସ୍କୁଲ ଖୋଲିବ ।

ଶ୍ରୀନଗର ମୁନସିପାଲଟି ଅଞ୍ଚଳରେ ଥିବା ସ୍କୁଲ ଗୁଡିକର ସମୟ ଦିନ 10 ଟାରୁ ଆରମ୍ଭ ହୋଇ 3ଟାରେ ଛୁଟି ହେବ । ହେଲେ ଅନ୍ୟ ସମସ୍ତ ସ୍କୁଲ ଗୁଡିକ ଦିନ 10ଟା 30ରୁ ଆରମ୍ଭ ହୋଇ 3.30ରେ ଛୁଟି ହେବ ବୋଲି ସୂଚନା ରହିଛି ।
@IANS ରିପୋର୍ଟ