ETV Bharat / bharat

ଇଡି ରାଡାରରେ କଂଗ୍ରେସ ନେତା ଅହମ୍ମଦ ପଟେଲ

ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଟିମ୍ ତୃତୀୟ ଥର ପାଇଁ ପଟେଲଙ୍କୁ ତାଙ୍କ ବାସଭବନରେ ଜେରା କରିଛି । ଇଡି ଅହମ୍ମଦ ପଟେଲଙ୍କୁ ଚେତନ ସନ୍ଦେସରାଙ୍କ ବିଷୟରେ ପଚରାଉଚରା କରିଛି ।

 ଅହମ୍ମଦ ପଟେଲ
ଅହମ୍ମଦ ପଟେଲ
author img

By

Published : Jul 2, 2020, 2:51 PM IST

ନୂଆଦିଲ୍ଲୀ: ସନ୍ଦେସରା ଘୋଟାଲା ମାମଲାରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସମସ୍ୟା ବଢିବାରେ ଲାଗିଛି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଟିମ୍ ତୃତୀୟ ଥର ପାଇଁ ପଟେଲଙ୍କୁ ତାଙ୍କ ବାସଭବନରେ ଜେରା କରିଛି । ଇଡି ଅହମ୍ମଦ ପଟେଲଙ୍କୁ ଚେତନ ସନ୍ଦେସରାଙ୍କ ବିଷୟରେ ପଚରାଉଚରା କରିଛି । ଇଡିର ଏକ ଟିମ୍‌ ଅନ୍ୟ କିଛି ଅଧିକାରୀଙ୍କ ସହ ସକାଳ ସାଢେ 10ଟା ସମୟରେ ପଟେଲଙ୍କ ବାସଭବନ ପହଞ୍ଚି ତାଙ୍କୁ ଜେରା କରିଥିବା ଜଣାପଡିଛି ।

ତେବେ ଏହା ପୂର୍ବରୁ ଇଡି ଏହି ମାମଲାରେ ଜୁନ 27 ଏବଂ ଜୁନ 30 ତାରିଖରେ ପଟେଲଙ୍କୁ ଜେରା କରିଥିଲା । ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ପଟେଲ କୋରୋନା ଭାଇରସ ଯୋଗୁଁ ଇଡି କାର୍ଯ୍ୟାଳୟ ଯିବାକୁ ମନା କରିଦେଇଥିଲେ । ଯାହାଫଳରେ ଇଡି ବାରମ୍ବାର ତାଙ୍କ ଘରେ ପହଞ୍ଚି ପଟେଲଙ୍କୁ ଜେରା କରୁଥିବା ଜଣାପଡିଛି । ଇଡି ଅଧିକାରୀଙ୍କ ଅନୁଯାୟୀ, ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ପଟେଲଙ୍କ ବୟାନ ରେକର୍ଡ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସନ୍ଦେସରା ଘୋଟାଲା ପିଏନବି ଘୋଟାଲା ଠାରୁ ବି ବଡ ଅଟେ। ଷ୍ଟର୍ଲିଂ ବାୟୋଟେକ୍ କମ୍ପାନୀ ଲିମିଟେଡ୍ ଓ ସନ୍ଦେସରା ଗ୍ରୁପର 3 ଜଣ ପ୍ରମୋଟର ନିତିନ ସନ୍ଦେସରା, ଚେତନ ସନ୍ଦେସରା ଓ ଦୀପ୍ତି ସନ୍ଦେସରା ପ୍ରଥମେ ନକଲି କମ୍ପାନୀ ଗଠନ କରିଥିଲେ ଓ ପରେ ଅନେକ ବ୍ୟାଙ୍କଠାରୁ ପ୍ରାୟ 14,500 କୋଟି ଟଙ୍କାର ଠକେଇ କରିଥିଲେ । ଏନେଇ ଇଡି ତଦନ୍ତ ଜାରି ରଖିଛି । ଚେତନ ସନ୍ଦେସରା ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ଓ ଜ୍ବାଇଁ ଇରଫାନ ସିଦ୍ଦିକିଙ୍କ ନିକଟତର । ତେଣୁ ଇଡି ବାରମ୍ବାର ପଟେଲଙ୍କୁ ଜେରା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.