ETV Bharat / bharat

ସାନ୍ତାଳୀ ଭାଷା ପାଇଁ ସମ୍ମାନ, ପଦ୍ମଶ୍ରୀ ପାଇବେ ଦମୟନ୍ତୀ ବେଶ୍ରା

ପ୍ରଧ୍ୟାପିକା ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ଦେବେ ପଦ୍ମଶ୍ରୀ ସମ୍ମାନ। ସାନ୍ତାଳୀ ଭାଷାରେ ରିସର୍ଚ୍ଚ, ସାନ୍ତାଳୀ ସାହିତ୍ୟର କବି, ଲେଖିକା ତଥା ଗବେଷିକା ଭାବେ ସୁନାମ ଅର୍ଜନ କରିଥିବାବେଳେ ଓଡ଼ିଆ ଭାଷାରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି ।

padmashri dr. damayanti beshra, Revivor of santali literature, santali literature, ସାନ୍ତାଳୀ ଭାଷାର ଉତ୍ଥାପିକା, ପଦ୍ମଶ୍ରୀ ଡ଼ଃ ଦମୟନ୍ତୀ ବେଶ୍ରା, ସାନ୍ତାଳୀ ଭାଷା
ସାନ୍ତାଳୀ ଭାଷା ପାଇଁ ସମ୍ମାନ, ପଦ୍ମଶ୍ରୀ ପାଇବେ ଦମୟନ୍ତୀ ବେଶ୍ରା
author img

By

Published : Mar 2, 2020, 6:43 AM IST

Updated : Mar 2, 2020, 10:29 AM IST

ବାରିପଦା: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମହିଳା ଦିବସରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।

ପ୍ରଧ୍ୟାପିକା ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ଦେବେ ପଦ୍ମଶ୍ରୀ ସମ୍ମାନ। ସାନ୍ତାଳୀ ଭାଷାରେ ରିସର୍ଚ୍ଚ, ସାନ୍ତାଳୀ ସାହିତ୍ୟର କବି, ଲେଖିକା ତଥା ଗବେଷିକା ଭାବେ ସୁନାମ ଅର୍ଜନ କରିଥିବାବେଳେ ଓଡ଼ିଆ ଭାଷାରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି। ପିଲାଟି ଦିନରୁ ସାନ୍ତାଳୀ ଭାଷା ତଥା ଓଡ଼ିଆ ଭାଷାରେ ସେ ଲେଖା ଆରମ୍ଭ କରିଥିଲେ ହେଁ ନିଜ ବାହାଘର ପରେ ତାଙ୍କର ପୁସ୍ତକ ପ୍ରକାଶନ ହୋଇ ପାରିଥିଲା ବୋଲି କହିଛନ୍ତି ଡ଼ଃ ଦମୟନ୍ତୀ ବେଶ୍ରା ।

ସାନ୍ତାଳୀ ଭାଷା ପାଇଁ ସମ୍ମାନ, ପଦ୍ମଶ୍ରୀ ପାଇବେ ଦମୟନ୍ତୀ ବେଶ୍ରା

ତେବେ ତାଙ୍କର ଏହି ସଫଳତା ପାଇଁ ନିଜ ପରିବାର ସହ ନିଜ ସ୍ବାମୀଙ୍କ ଅବଦାନ ରହିଥିବା ସେ କହିଛନ୍ତି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟରେ ମହିଳା ଭାବେ ଜନ୍ମ ନେଇ ଥିବାରୁ ଜୀବନରେ ସଂଘର୍ଷ ଅଧିକା କରିବାକୁ ପଡିଛି ବୋଲି କହିଛନ୍ତି ସେ । ଅନ୍ୟପକ୍ଷେ ଏବେ ନାରୀ ନିଜକୁ ଦୁର୍ବଳ ନ ଭାବି ଆଗକୁ ବଢ଼ିବା ଦରକାର ବୋଲି କହିଛନ୍ତି ସେ। ଡ଼ଃ ଦମୟନ୍ତୀ ବେଶ୍ରା ଭବିଷ୍ୟତରେ କ’ଣ କରିବେ ଚିନ୍ତା ନ କରି ବର୍ତ୍ତମାନକୁ ନେଇ ବଞ୍ଚିବାରେ ବିଶ୍ବାସ ରଖନ୍ତି ।

ବର୍ତ୍ତମାନ ସମୟରେ ବି ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଶିକ୍ଷାଠାରୁ ଦୂରରେ ରହିଛନ୍ତି, ଆଦିବାସୀ ମହିଳାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ଜରୁରୀ ବୋଲି ସେ ହୃଦବୋଧ କରିଛନ୍ତି। ଏନେଇ 2010 ମସିହାରେ ତାଙ୍କୁ ସାନ୍ତାଳୀ ଭାଷାରେ ବିଭିନ୍ନ ପୁସ୍ତକ ସହ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ତାଙ୍କର ଦୁଇଟି ଗବେଷଣାମୂଳକ ପୁରସ୍କାର ପ୍ରାପ୍ତ ପୁସ୍ତକ ହେଉଛି ‘ପଣ୍ଡିତ ରଘୁନାଥ ମୁର୍ମୁ’ ଏବଂ ‘ଚାଇଚାମ୍ପିରୁ ଇଂଜ ଦିଶନ’ ।

ତାଙ୍କ ଦ୍ବାରା ସାନ୍ତାଳୀ ଭାଷାରେ କବିତା ସଂକଳନ, ପ୍ରବନ୍ଧ ପୁସ୍ତକ, ସମାଲୋଚନା ପୁସ୍ତକ, ବ୍ୟାକରଣ ଓ ସନ୍ତାଳୀ ଭାଷା ସମ୍ବନ୍ଧିତ ସଂକ୍ଷିପ୍ତ ଇତିହାସ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି। ପ୍ରଧ୍ୟାପିକା ଡ଼ଃ ଦମୟନ୍ତୀ ବେଶ୍ରା ବର୍ତ୍ତମାନ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ସହାୟକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। 1961 ମସିହା ଫେବୃଆରୀ 18 ତାରିଖରେ ଜନ୍ମଗ୍ରହଣ କରିଥିବା ଡ଼ଃ ବେଶ୍ରା ଜିଲ୍ଲାର ପ୍ରଥମ ଆଦିବାସୀ ମହିଳା ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 2, 2020, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.