ETV Bharat / bharat

ଫସାଇଦେଲା ମହାଲକ୍ଷ୍ମୀ ଏକ୍ସପ୍ରେସ; ସମସ୍ତ ଯାତ୍ରୀ ଉଦ୍ଧାର

author img

By

Published : Jul 27, 2019, 6:11 PM IST

Updated : Jul 27, 2019, 7:46 PM IST

କୁହାଯାଏ ଟ୍ରେନ ଯାତ୍ରା ହେଉଛି ଏକ ନିଆରା ଅନୁଭୂତି । ଏଥିପାଇଁ ଅନେକ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ହେଲେ ଏହି ଟ୍ରେନ ଯାତ୍ରା କେବେକେବେ ଏମିତି ବିପଦ ନେଇ ଆସେ ଯାହା ଯାତ୍ରୀଙ୍କ ପାଇଁ ଘୋର ବିପଦ ସୃଷ୍ଟି କରେ । ଯାହା ଏବେ ମହାଲକ୍ଷ୍ମୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀ ଠିକ ବୁଝିପାରୁଥିବେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ଦେଶର ବାଣିଜ୍ୟ ନଗରୀକୁ ବର୍ଷା ଡର । କାହିଁକି ନା ବର୍ଷା ଆସିଲେ ଏହି ସହର ସମ୍ପୁର୍ଣ୍ଣ ଜଳମଗ୍ନ ହେବା ସହ ମୁମ୍ବାଇବାସୀଙ୍କ ଅବସ୍ଥା ଅସମ୍ଭାଳ ହୋଇପଡେ । ବର୍ଷାରେ ମୁମ୍ବାଇ ସହରର ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବା ସହ ରାଜରାସ୍ତା ଚଳାଚଳ ଏକ ପ୍ରକାର ଠପ ହୋଇପଡେ ।

ଏବେ ମୁମ୍ବାଇରେ ଲାଗି ରହିଛି ଲଗାଣ ବର୍ଷା, ଆଉ ଆଜି ଏହି ବର୍ଷା ଯୋଗୁଁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଫସଯାଇଛି ରହିଛି । ଟ୍ରେନରେ ପ୍ରାୟ 700 ଯାତ୍ରୀ ଥିବା ସେଣ୍ଟ୍ରାଲ ରେଳବାଇର ଡିଆରଏମ ସୂଚନା ଦେଇଥିବେଳେ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ଶେଷ ହୋଇଛି ।

ବର୍ଷା ପାଣି ଏତେ ଭୟଙ୍କର ଭାବେ ମାଡି ଆସିଲା ଯେ ମହାଲକ୍ଷ୍ମୀ ଏକ୍ସପ୍ରେସ ଟି ଅଧା ବୁଡିଯାଇଛି । ଘଟଣାସ୍ଥଳକୁ ଏନଡିଆରଏଫ, ସ୍ବଦେଶୀ ଡଙ୍ଗା ସହ ବାୟୁସେନା, ନୌସେନାକୁ ପଠାଯାଇଛି । ସମସ୍ତ ଉଦ୍ଧାରକାରୀ ଦଳ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭୋର 3 ଟା ସମୟରୁ ଟ୍ରେନଟି ମୁମ୍ବାଇରୁ ଏକଶହ କିମି ଦୂର ବଦଲାପୁର ଏବଂ ବାରଣାସୀ ମଧ୍ୟରେ ଥିବା ଭଙ୍ଗାଣିଠାରେ ଫସି ରହିଛି । ଅପରାହ୍ନ4 ଟା ସୁଦ୍ଧା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଟ୍ରେନରେ ପାଖାପାଖି ଦୁଇହଜାରରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସମସ୍ତ ଉଦ୍ଧାର କାରୀ ଟିମଙ୍କ ମିଳିତ ପ୍ରୟାସ ଓ ମହାରାଷ୍ଟ୍ର ସରକାରଙ୍କ ସମୟପଯୋଗୀ ପଦକ୍ଷେପ ଯୋଗୁଁ ସମସ୍ତ ଜୀବନ ବଞ୍ଚିଯାଇଛି । ଏହି ଘଟଣାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଯାହା ଦରକାର ସବୁ ପଦକ୍ଷେପ ନିଆଯାଉଛି । ସରକାର ଏହି ଘଟଣାକୁ ନେଇ ସଚେତନ ଅଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Jul 27, 2019, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.