ETV Bharat / bharat

10ରେ ରାହୁଲ ଓ 11ରେ ସୋନିଆ କରିବେ ନାମାଙ୍କନ

ରାହୁଲ ଓ ସୋନିଆ ଗାନ୍ଧୀଙ୍କ ନାମାଙ୍କନ ଦାଖଲ ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତାଗଣ ଉପସ୍ଥିତ ରହିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ କେରଳର ୱାୟନାଡ ସହ ଆମେଠୀରୁ ନିର୍ବାଚନ ଲଢୁଛନ୍ତି ।

ଫାଇଲ ଫଟୋ
author img

By

Published : Apr 6, 2019, 5:28 AM IST

Updated : Apr 6, 2019, 5:14 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପର୍ବ । ଗତକାଲି(ଗୁରୁବାର) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନରୁ ଦାଖଲ କରିଥିଲେ ନାମାଙ୍କନ । ଆସନ୍ତା ୧୦ ତାରିଖରେ ଆମେଠୀରୁ ଦ୍ବିତୀୟ ଆସନ ପାଇଁ ସେ ପୁଣି କରିବେ ନାମାଙ୍କନ ଦାଖଲ । ସେହିପରି ତାଙ୍କ ମା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏପ୍ରିଲ ୧୧ରେ ରାୟବରେଲୀରୁ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ଦୁହେଁ ନାମାଙ୍କନ ଦାଖଲ ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତାଗଣ ଉପସ୍ଥିତ ରହିବେ । କଂଗ୍ରେସ ଅଧ୍ୟକ୍ଷ କେରଳର ୱାୟନାଡ ସହ ଆମେଠୀରୁ ନିର୍ବାଚନ ଲଢୁଛନ୍ତି ।

ରାଇବରେଲୀ ଓ ଆମେଠୀ ଆସନ ପାଇଁ ଲୋକସଭାର ପଞ୍ଚମ ପର୍ଯ୍ୟାୟରେ ମେ ୬ରେ ମତଦାନ ହେବ । ଆମେଠୀରୁ ରାହୁଲଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଗତ ଲୋକସଭା ନିର୍ବାଚନରେ ଏହି ଆସନରୁ ସ୍ମୃତିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

Intro:Body:Conclusion:
Last Updated : Apr 6, 2019, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.