ETV Bharat / bharat

ଦେଶରେ କୃଷି ବିଲ୍‌ ଝଡ ପରେ ବିଦେଶରୁ ଫେରିଲେ ରାହୁଲ-ସୋନିଆ

ଦେଶରେ କୃଷି ବିଲକୁ ନେଇ ରାଜନୈତିକ ଉତ୍ତେଜନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରୁ ଦିଲ୍ଲୀ ଫେରିଛନ୍ତି।

 ରାହୁଲ-ସୋନିଆ
ରାହୁଲ-ସୋନିଆ
author img

By

Published : Sep 22, 2020, 5:41 PM IST

ନୂଆଦିଲ୍ଲୀ: ଦେଶରେ କୃଷି ବିଲକୁ ନେଇ ରାଜନୈତିକ ଉତ୍ତେଜନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରୁ ଦିଲ୍ଲୀ ଫେରିଛନ୍ତି। ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ନେତା ବିଦେଶ ଯାଇଥିଲେ। ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଯାଞ୍ଚ ପାଇଁ ବିଦେଶ ଯାଇଥିଲେ ଉଭୟ ।

ବିଦେଶ ଯିବା ପୂର୍ବରୁ ଉଭୟ ନେତା କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ସହିତ ଲୋକସଭାକୁ ଏ ବିଷୟରେ ସୂଚନା ଦେଇଥିଲେ। ପ୍ରାୟ 10 ଦିନ ପରେ ଉଭୟ ନେତା ଫେରି ଆସିଛନ୍ତି। ପ୍ରକାଶଥାଉକି, ଗତ 10 ଦିନ ମଧ୍ୟରେ ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି । 8 ଜଣ ସାଂସଦଙ୍କୁ ନିଲମ୍ବନ କରିବା ପରେ କଂଗ୍ରେସ ସମେତ ବିରୋଧୀ ଦଳ ଗୃହ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି।

କଂଗ୍ରେସ ଏବଂ ଅନ୍ୟ ଦଳ ସମଗ୍ର ମୌସୁମୀ ଅଧିବେଶନ ପାଇଁ ଲୋକସଭା ଓ ରାଜ୍ୟସଭାକୁ ତ୍ୟାଗ କରିବେ। ପ୍ରକାଶଥାଉକି, କୃଷି ବିଲ୍ ବିରୋଧରେ କଂଗ୍ରେସ ଆନ୍ଦୋଳନ ଘୋଷଣା କରିଥିଲା। ଏଥିରେ ଆସନ୍ତା ତିନି ଦିନ ଧରି ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ ନେତା ଯୋଡି ହୋଇଥିଲେ । ଏହାସହ 25 ସେପ୍ଟେମ୍ବରରେ ଭାରତ ବନ୍ଦ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.