ETV Bharat / bharat

ରାଫେଲ୍ ପ୍ରସଙ୍ଗରେ ନୂଆ ମୋଡ, ସରକାର କହିଲେ ସିଏଜି ରିପୋର୍ଟରେ ତୃଟି ହୋଇଛି

ପ୍ରଥମେ ସରକାର ରାଫେଲର ସିକ୍ରେଟ ଫାଇଲ ଚୋରି ହେବା କଥା କହୁଥିବା ବେଳେ ପରେ ଏହାକୁ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ପୁଣି ସରକାର ନିଜ ଭୁଲ ସ୍ବୀକାର କରିଛନ୍ତି । ଗୁରୁବାର ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଛନ୍ତି ଯେ ରାଫେଲ ମାମଲାରେ ଆମେ ଦାଖଲ କରିଥିବା ସିଏଜି ରିପୋର୍ଟ ଭୁଲ ଥିଲା । ସିଏଜି ରିପୋର୍ଟରେ ପ୍ରାରମ୍ଭିକ ୩ଟି ପୃଷ୍ଠା କୋର୍ଟରେ ଦାଖଲ କରାଯାଇ ନଥିଲା । ତେଣୁ ବର୍ତ୍ତମାନ ସରକାର ସିଏଜି ରିପୋର୍ଟର ୩ଟି ପୃଷ୍ଠା କୋର୍ଟରେ ଦାଖଲ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 14, 2019, 11:44 PM IST

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଦେଶରେ ଲାଗି ରହିଛି ରାଜନୈତିକ ବିବାଦ । ଏହି ଚୁକ୍ତିରେ ମହାଦୁର୍ନୀତି ହୋଇଛି ବୋଲି ବିରୋଧୀ କରୁଛନ୍ତି ଅଭିଯୋଗ । ଅନ୍ୟପକ୍ଷେ ସରକାର ଏହାକୁ ଖଣ୍ଡନ କରିଚାଲିଛନ୍ତି । ଏହା ମଧ୍ୟରେ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧୀନ । ସୁପ୍ରିମକୋର୍ଟରେ ଏପରିକି ରାଫେଲକୁ ନେଇ ଖୋଲିଚାଲୁଛି ନୂଆ ନୂଆ ଗୁମର ।

ପ୍ରଥମେ ସରକାର ରାଫେଲର ସିକ୍ରେଟ ଫାଇଲ ଚୋରି ହେବା କଥା କହୁଥିବା ବେଳେ ପରେ ଏହାକୁ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ପୁଣି ସରକାର ନିଜ ଭୁଲ ସ୍ବୀକାର କରିଛନ୍ତି । ଗୁରୁବାର ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଛନ୍ତି ଯେ ରାଫେଲ ମାମଲାରେ ଆମେ ଦାଖଲ କରିଥିବା ସିଏଜି ରିପୋର୍ଟ ଭୁଲ ଥିଲା । ସିଏଜି ରିପୋର୍ଟରେ ପ୍ରାରମ୍ଭିକ ୩ଟି ପୃଷ୍ଠା କୋର୍ଟରେ ଦାଖଲ କରାଯାଇ ନଥିଲା । ତେଣୁ ବର୍ତ୍ତମାନ ସରକାର ସିଏଜି ରିପୋର୍ଟର ୩ଟି ପୃଷ୍ଠା କୋର୍ଟରେ ଦାଖଲ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ବୁଧବାର ସରକାର ତରଫରୁ ଏକ ହଲଫନାମା (ସତ୍ୟପାଠ) ଦାଖଲ କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ରାଫେଲ ମାମଲାରେ ନଥିପତ୍ର ଲିକ କରିଥିବା ବ୍ୟକ୍ତି ବିରୋଧରେ କୋର୍ଟ କଡା ଦଣ୍ଡବିଧାନ ଗ୍ରହଣ କରନ୍ତୁ । ବର୍ତ୍ତମାନ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାଁନ୍ତି ।

ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ରାଫେଲ ଚୁକ୍ତିର ନଥିପତ୍ର ଏକ ବିଶେଷାଧିକାର କ୍ଷେତ୍ରରେ ଆସୁଛି । ତେଣୁ ଏହି ସମ୍ବନ୍ଧିତ ବିଭାଗର ବିନା ଅନୁମତିରେ ଏହାକୁ କୋର୍ଟରେ ଉପସ୍ଥାପନ କରାଯାଇ ହେବନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଏହି ମାମଲାରେ ଯାଚିକାକର୍ତ୍ତା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଜନହିତରେ ଆରଟିଆଇକୁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ । ତେଣୁ ଗୁଇନ୍ଦା ଏଜେନ୍ସିଙ୍କ ନଥିପତ୍ର ଛାଡି ଅନ୍ୟ ଯେକୌଣସି ନଥିପତ୍ର ଉପରେ ସରକାର ବିଶେଷାଧିକାର ଦାବି କରି ପାରିବେନି ବୋଲି ସେ କହିଛନ୍ତି ।

ଏହାସହ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଥମେ ସରକାରଙ୍କ ଆପତ୍ତିଗୁଡିକ ଉପରେ କୋର୍ଟ ବିଚାର କରିବେ । ପରେ ଏହି ମାମଲା ସମ୍ପର୍କିତ ତଥ୍ୟ ଗୁଡିକ ତଦନ୍ତ କରିବେ । ଅନ୍ୟପକ୍ଷେ ବିଚାରପତି ଜୋସେଫ କହିଛନ୍ତି ଯେ ଆଟର୍ଣ୍ଣି ଜେନେରାଲ ଯେଉଁ ନଥିପତ୍ରରେ କଥା କହୁଛନ୍ତି । ତାହା ଭିତରେ କଣ ଏମିତି ଅଛି, ଯାହା କୋର୍ଟ ଦେଖି ପାରିବ ନାହିଁ । ପରେ ଆଟର୍ଣ୍ଣି ଜେନେରାଲ କୋର୍ଟକୁ ନଥିପତ୍ର ଦେଖାଇବାକୁ ରାଜି ହୋଇଥିଲେ ।

Intro:Body:

'ଅଭିନନ୍ଦନ' ସ୍କିମରେ ମାଗଣା ଶିକ୍ଷା, ଏହି ଛାତ୍ରଛାତ୍ରୀଙ୍କୁ ମିଳିବ ଫାଇଦା 

ନୂଆଦିଲ୍ଲୀ: ଭାରତର ଗର୍ବ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମରେ ଆସିଲା ଯୋଜନା । ଅଭିନନ୍ଦନଙ୍କ ବଳିଦାନକୁ ଗୁରୁତ୍ୱ ଦେଇ ହରିୟାଣା ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଆଣିଛି ନୂଆ ସ୍କିମ । ଆସନ୍ତା 2019-20 ପାଠ୍ୟକ୍ରମରେ ଏହି ଯୋଜନା ଲାଗୁ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । 

ଭାରତୀୟ ସେନାର ଶହୀଦଙ୍କ ପତ୍ନୀ, ବୀରତା ପୁରସ୍କାରପ୍ରାପ୍ତ ଶହୀଦଙ୍କ ପତ୍ନୀ ଓ ପିଲାମାନଙ୍କୁ ମିଳିବ ଅଭିନନ୍ଦନ ଯୋଜନାରେ ଫାଇଦା । ଏହି ସ୍କିମ ଅନୁସାରେ କୋର୍ସ ଫି, ବହିପତ୍ର, ଖାଇବା ପିଇବା, ହୋଟେଲ ଓ ଯାତ୍ରା ଖର୍ଚ୍ଚ ଆଦି ତୁଲାଇବ ବିଶ୍ୱବିଦ୍ୟାଳୟ । ଅଭିନନ୍ଦନ ସ୍କିମର ଲାଭ ଉଠାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଚଳିତ ବର୍ଷ କୌଣସି ପାଠ୍ୟକ୍ରମରେ ଆବେଦନ କରି ପାରିବେ । 

ଆବେଦନକାରୀ ପ୍ରାର୍ଥୀଙ୍କ ସଂଖ୍ୟା ଉପଲବ୍ଧ ସିଟ ମୁତାବକ ଅଧିକ ଥିଲେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଇ ସେହି ଆଧାରରେ ପ୍ରବେଶ ମିଳିବା ନେଇ କହିଛନ୍ତି କଲେଜ କର୍ତ୍ତୃପକ୍ଷ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.