ହାଇଦ୍ରାବାଦ: ସିକନ୍ଦରାବାଦ ବୋନପାଲ୍ଲୀ ନିକଟରୁ 8 କିଲୋଗ୍ରାମର ରୂପା ବିସ୍କୁଟ ଜବତ । ରବିବାର ବିଳମ୍ବିତ ରାତିରେ ତିନି ଜଣ ଲୋକଙ୍କ ତେଲେଙ୍ଗାନା ପୋଲିସ ପାଟ୍ରୋଲିଂ ସମୟରେ ଜବତ କରିଛି । ଗାଡିରେ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯାଞ୍ଚ କରିଥିଲା ପୋଲିସ।
ଏହାପରେ ପ୍ରାୟ 8 ହଜାର କିଲୋଗ୍ରାମର ରୂପା ବିସ୍କୁଟ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଯାଞ୍ଚ ବେଳେ ଗାଡିରେ ଥିବା ଚାଳକଙ୍କ ପାଖରେ ନଥିଲା ସଠିକ ପ୍ରମାଣପତ୍ର । ତେଣୁ ପୋଲିସର ସନ୍ଦେହ ବଢିଥିଲା । ଆଉ ଶେଷରେ ରୂପା ବିସ୍କୁଟ ଜବତ କରିବାରେ ସଫଳ ହୋଇଥିଲା ପୋଲିସ ।
ଜବତ ରୂପା ବିସ୍କୁଟର ମୂଲ୍ୟ ପ୍ରାୟ 35 କୋଟି ଟଙ୍କା ହେବ । ଚେନ୍ନାଇ ଦେଇ ଲଣ୍ଡନରୁ ଏହି ରୂପା ବିସ୍କୁଟ ହାଇଦ୍ରାବାଦ ଆସିଥିବା ସୂଚନା ମିଳିଛି ।