ETV Bharat / bharat

‘ଫନି’ ପାଇଁ ଜରୁରୀକାଳୀନ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ପାଣିପାଗର ପୂର୍ବାନୁମାନୁଯାୟୀ ଫନି ଆଗୁଆ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ରହିଛି । ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ଥରୀୟ ଜରୁରୀକାଳୀନ ବୈଠକ ଡକାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 2, 2019, 4:22 PM IST

ଭୁବନେଶ୍ବର: ଦ୍ରୁତ ବେଗରେ ମାଡି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ‘ଫନି’କୁ ଚିନ୍ତାରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର । ପାଣିପାଗର ପୂର୍ବାନୁମାନୁଯାୟୀ ଫନି ଆଗୁଆ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ରହିଛି । ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ଥରୀୟ ଜରୁରୀକାଳୀନ ବୈଠକ ଅନୁଷ୍ଠିତ କରାଇଛନ୍ତି ।

ସଫଳତା ପୂର୍ବକ ଫନିକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କ୍ୟାବିନେଟ ସଚିବ, ଅତିରକ୍ତ ସଚିବ, ଗୃହମନ୍ତ୍ରାଳୟ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯଥା ଆଇଏମଡି, ଏନଡିଆରଏଫ୍, ଏନଡିଏମଏ ଆଣ୍ଡ ମିଏମଓ ଯୋଗ ଦେଇଥିଲେ ।

ଏଭଳି ଜରୁରୀକାଳୀନ ପରିସ୍ଥିତିରେ ମୋଦି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ସମସ୍ତ ଅଧିକାରୀଙ୍କ ସହ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ରାଜ୍ୟରେ ଫନିର ପ୍ରଭାବ ପଡିବ ସେହି ରାଜ୍ୟର ଅଧିକାରୀଙ୍କ ସହ ସବୁ ସମୟରେ ଯୋଗାଯୋଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.