ETV Bharat / bharat

ଭାରତରେ ଆତଙ୍କ ଖେଳାଇବାକୁ ପାକିସ୍ତାନର ନୂଆ ପ୍ରୟାସ - ଭାରତରେ ଆତଙ୍କ ଖେଳାଇବାକୁ ପାକିସ୍ତାନର ନୂଆ ପ୍ରୟାସ

ଭାରତରେ ଆତଙ୍କ ଖେଳାଇବାକୁ ପାକିସ୍ତାନର ନୂଆ ପ୍ରୟାସ । ବିଭିନ୍ନ ସାଂକେତିକ ଶବ୍ଦ ମାଧ୍ୟମରେ ଜମ୍ମୁ କାଶ୍ମୀର ଆତଙ୍କବାଦୀଙ୍କ ସହିତ ଆତଙ୍କବାଦୀ ସଙ୍ଗଠନ ଓ ପାକିସ୍ତାନ ସେନା କଥାବାର୍ତ୍ତା ହେଉଥିବା ଜଣାପଡ଼ିଛି । ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପରେ ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଘଟଣାମାନ ଘଟାଇବାକୁ ପ୍ରୟାସ ଜାରି ରଖିଛି ପାକିସ୍ତାନ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 12, 2019, 6:32 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ବିଳିବିଳାଉଛି । ଭାରତରେ ମଧ୍ୟ ଆକ୍ରମଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛି । ବିଭିନ୍ନ ସମୟରେ ଆତଙ୍କବାଦୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଉଥିବାର ନଜିର ରହିଛି । ତେବେ ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଜମ୍ମୁ କାଶ୍ମୀରରେ ଥିବା କିଛି ଆତଙ୍କବାଦୀଙ୍କ ସହିତ ପାକ ସେନା ଓ ଅନ୍ୟ କିଛି ଆତଙ୍କବାଦୀ ସଙ୍ଗଠନ ସହ ସାଂକେତିକ ଶବ୍ଦ(କୋର୍ଡ ଓ୍ବାର୍ଡ) ମାଧ୍ୟମରେ ପରସ୍ପର ସହ ସୂଚନା ଦିଆନିଆ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ପାକ ଅଧିକୃତ କାଶ୍ମୀର(ପିଓକେ) ନିକଟରେ ଲଗାଯାଇଥିବା ଏଫଏମ ଟ୍ରାନସମିଶନ ମାଧ୍ୟମରେ ସୂଚନା ଦିଆନିଆ ହେଉଥିବା ଜଣାପଡ଼ିଛି । ତେବେ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାଇଁ 66/88, ଲସ୍କର ଏ ତୋଏବା ପାଇଁ ଏ3, ଅଲ ବଦ୍ରା ପାଇଁ ଡି9 କୋର୍ଡ ଓ୍ବାର୍ଡ ବ୍ୟବହାର କରୁଥିବା ଜଣାପଡ଼ିଛି ।

ଏହା ସହିତ ପାକିସ୍ତାନର ଜାତୀୟ ସଂଗୀତ କୌମୀ ତରାନା ମାଧ୍ୟମରେ ମଧ୍ୟ ଆଦାନ ପ୍ରଦାନ ହେଉଥିବା ସୂଚନା ମିଳିଛି । ତେବେ ଆତଙ୍କବାଦୀଙ୍କର ଏହି କାର୍ଯ୍ୟକଳାପ ଧାରା 370 ଉଚ୍ଛେଦ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ହିଁ ଆରମ୍ଭ ହୋଇଥିବା ସୂଚନା ରହିଛି । ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସେଠାରେ ଫୋନ, ଲ୍ୟାଣ୍ଡଲାଇନ ଓ ଇଣ୍ଟରନେଟ ଉପରେ ରୋକ ଲଗାଯାଇଥିଲା ।

ତେବେ ଆତଙ୍କବାଦୀ କୌମୀ ତରାନାକୁ ବହୁ ସତର୍କତା ଓ ଅତି ଜରୁରୀ ସ୍ଥଳେ ବ୍ୟବହାର କରୁଥିବା ସୂଚନା ରହିଛି । ଏହାକୁ ପାକିସ୍ତାନୀ ସେନା ଓ ଆତଙ୍କବାଦୀ ସଙ୍ଗଠନ ଏଫଏମ ଟ୍ରାନସମିଶନ ସାହାଯ୍ୟରେ ଜମ୍ମୁ କାଶ୍ମୀର ଆତଙ୍କବାଦୀଙ୍କୁ ସୂଚନା ଦେଉଥିବା ଜଣାପଡ଼ିଛି । ସେପଟେ ପାକ ସେନା ପିଓକେ ନିକଟରେ ଏଫଏମ ଟ୍ରାନସମିଶନର ଏଲଓସି ନିକଟକୁ ସ୍ଥାନାନ୍ତର କରୁଥିବା ଜଣାପଡ଼ିଛି । ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସେନାର ଏହି କାର୍ଯ୍ୟକଳାପ ଦ୍ବାରା ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.