ETV Bharat / bharat

କୋରୋନା କବଳରେ ପାକିସ୍ତାନ, ଚିନ୍ତା ବଢାଉଛି ସାମୁହିକ ପ୍ରାର୍ଥନା

ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଅନ୍ୟପଟେ ବନ୍ଦ ହେଉନାହିଁ ସାମୂହିକ ପ୍ରାର୍ଥନା । ଏହା ଉପରେ କଡା ଆଭିମୁଖ୍ୟ ସ୍ବରୂପ ଇମରାନ ସରକାର ସମସ୍ତ ସାମୁହିକ ପ୍ରାର୍ଥନାରେ ଅଙ୍କୁଶ ଲଗାଇବା ସହ ସର୍ବାଧିକ 5 ଜଣଙ୍କୁ ଏକାଠି ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି ।

Pakistan under corona trap, congregational prayers in pakistan, corona in pakistan, corona deaths in pakistan, ପାକିସ୍ତାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ ସାମୂହିକ ପ୍ରାର୍ଥନା, କୋରୋନା କବଳରେ ପାକିସ୍ତାନ
କୋରୋନା କବଳରେ ପାକିସ୍ତାନ, ଚିନ୍ତା ବଢାଉଛି ସାମୂହିକ ପ୍ରାର୍ଥନା
author img

By

Published : Apr 3, 2020, 8:18 PM IST

ଇସଲାମାବାଦ: ଅସମ୍ଭାଳ ହେବାରେ ଲାଗିଛି କୋରୋନା ପରିସ୍ଥିତି । ପାକିସ୍ତାନ ମଧ୍ୟ ଏହାର ପ୍ରକୋପରୁ ବାଦ ପଡିନି । ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି 2450ରେ ପହଞ୍ଚିବା ବେଳେ ମୃତ୍ୟୁ ସଂଖ୍ୟା 35 ରହିଛି । ସେପଟେ ଏଯାବତ 126 ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଅନ୍ୟପଟେ ବନ୍ଦ ହେଉନାହିଁ ସାମୁହିକ ପ୍ରାର୍ଥନା । ଏହା ଉପରେ କଡା ଆଭିମୁଖ୍ୟ ସ୍ବରୂପ ଇମରାନ ସରକାର ସମସ୍ତ ସାମୂହିକ ପ୍ରାର୍ଥନାରେ ଅଙ୍କୁଶ ଲଗାଇବା ସହ ସର୍ବାଧିକ 5 ଜଣଙ୍କୁ ଏକାଠି ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି । ଯେଉଁଠାରେ ଏହି ନିୟମକୁ ଅଣଦେଖା କରାଯିବ ସେଠାରେ କଡା ପଦକ୍ଷେପ ନିଆଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ଚିହ୍ନଟ ହୋଇଥିବା ପଜିଟଭ ରୋଗୀଙ୍କ ମଧ୍ୟରୁ ପଞ୍ଜାବ ପ୍ରାନ୍ତରେ 920, ସିନ୍ଧରେ 783, ଖୈବର-ପଖତୁଙ୍ଖୱାରେ 311, ବାଲୋଚିସ୍ତାନରେ 169, ଗିଲଗିଟ-ବାଲତିସ୍ତାନ(ଜିବି)ରେ 190, ଇସଲାମାବାଦରେ 68 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 9 ଜଣ ରହିଛନ୍ତି ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢିଚାଲିଥିବା ବେଳେ ଆଶିଂକ ଭାବେ ମାତ୍ର ସପ୍ତାହେ ପାଇଁ ଲକଡାଉନ ଘୋଷଣା କରିଥିଲେ ସରକାର । ସେପଟେ ପୂର୍ବରୁ ମସଜିଦମାନଙ୍କରେ ଶୁକ୍ରବାର ପ୍ରାର୍ଥନାରେ ମାତ୍ର 5 ଜଣଙ୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଥିଲେ ସରକାର । ତଥାପି ବନ୍ଦ ହେଉ ନାହିଁ ସାମୁହିକ ପ୍ରାର୍ଥନା । ଲୋକେ ଏହି ମହାମାରୀରର ଗମ୍ଭୀରତା ବୁଝିବାକୁ ମଧ୍ୟ ନାରାଜ । ଯାହା ପାକିସ୍ତାନ ସରକାରଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.