ETV Bharat / bharat

‘ଗୋଆ କଂଗ୍ରେସରେ କୌଣସି ସମସ୍ୟା ନାହିଁ’

ଗୋଆ କଂଗ୍ରେସରେ କୌଣସି ସମସ୍ୟା ନାହିଁ ବୋଲି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିସକୋ ସାରଦିନହା ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 14, 2019, 12:56 AM IST

ପାନାଜୀ: ଗୋଆ କଂଗ୍ରେସରେ କୌଣସି ସମସ୍ୟା ନାହିଁ । ଏହା କହିଛନ୍ତି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିସକୋ ସାରଦିନହା । କିଛି ବିଧାୟକ ମାନଙ୍କୁ ଟଙ୍କା ଓ ମନ୍ତ୍ରୀ ପଦର ଲୋଭ ଦେଖାଯାଇଥିଲା । ତେଣୁ ସମସ୍ୟା ଉପୁଜିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଯେ ସେଠାରେ କେବଳ 5 ଜଣ ବିଧାୟକ ରହିଛନ୍ତି । ତେଣୁ ବିଧାୟକ ସଂଖ୍ୟା କମ ଥିବାରୁ ବିଧାୟକ ଦଳର ନେତା ରହିଛନ୍ତି, ବିରୋଧୀ ଦଳ ନେତା ନୁହେଁ । ବିରୋଧୀ ଦଳ ହେବା ପାଇଁ ଆଉ ବିଧାୟକମାନଙ୍କ ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର 10ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଏହା ଦ୍ବାରା ବିଜେପିର ବିଧାୟକ ସଂଖ୍ୟା 27କୁ ବୃଦ୍ଧି ପାଇଥିଲା । କଂଗ୍ରେସର ବିଧାୟକ ସଂଖ୍ୟା ହ୍ରାସ ପାଇ 5ରେ ପହଞ୍ଚିଛି ।

ପାନାଜୀ: ଗୋଆ କଂଗ୍ରେସରେ କୌଣସି ସମସ୍ୟା ନାହିଁ । ଏହା କହିଛନ୍ତି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିସକୋ ସାରଦିନହା । କିଛି ବିଧାୟକ ମାନଙ୍କୁ ଟଙ୍କା ଓ ମନ୍ତ୍ରୀ ପଦର ଲୋଭ ଦେଖାଯାଇଥିଲା । ତେଣୁ ସମସ୍ୟା ଉପୁଜିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଯେ ସେଠାରେ କେବଳ 5 ଜଣ ବିଧାୟକ ରହିଛନ୍ତି । ତେଣୁ ବିଧାୟକ ସଂଖ୍ୟା କମ ଥିବାରୁ ବିଧାୟକ ଦଳର ନେତା ରହିଛନ୍ତି, ବିରୋଧୀ ଦଳ ନେତା ନୁହେଁ । ବିରୋଧୀ ଦଳ ହେବା ପାଇଁ ଆଉ ବିଧାୟକମାନଙ୍କ ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର 10ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଏହା ଦ୍ବାରା ବିଜେପିର ବିଧାୟକ ସଂଖ୍ୟା 27କୁ ବୃଦ୍ଧି ପାଇଥିଲା । କଂଗ୍ରେସର ବିଧାୟକ ସଂଖ୍ୟା ହ୍ରାସ ପାଇ 5ରେ ପହଞ୍ଚିଛି ।

Intro:ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଧାର୍ଯ୍ୟ ଲକ୍ଷ୍ୟ ପରିମାଣ କିମ୍ବା ତା’ଠାରୁ ଅଧିକ ମଦ ବିକ୍ରି କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରିବା ଓ ରାଜସ୍ୱ ପାଇଁ ଅଧିକ ସଂଖ୍ୟକ ଭାରତ ତିଆରି ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଓଡ଼ିଶା ବିଧାନସଭାର ବିଭାଗୀୟ ଗୃହ କମିଟି ସୁପାରିସ୍‌ କରିଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।


ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି ,
ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କ ଏଭଳି ପଦକ୍ଷେପ କୁ ତିବ୍ର ନିନ୍ଦା କରିଛନ୍ତି ।ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ଯେ ,
ଅନୈତିକ କାମ ଗୋଟିଏ ନିର୍ବାଚିତ ସରକାର କରିବା କଥା ନୁହେଁ ,ରାଜସ୍ଵ ବଢାଇବା ପାଇଁ ଏଭଳି ନିଷ୍ପତ୍ତି ଫଳରେ ଗାଁ ଗଣ୍ଡା ରେ ମଦ ବିକ୍ରି ହେବ ଫଳରେ ସାମାଜିକ ଶୃଙ୍ଖଳା ବ୍ୟାହତ ହେବ ।ଫଳରେ ରାଜ୍ୟରେ ଦୁଷ୍କର୍ମ ଓ ଲୁଟପାଟ୍ ବଢିବ ।ଅନ୍ୟ ରାଜ୍ୟ ରେ ମଦ ବନ୍ଦ ହେଉଥିବା ବେଳେ ରାଜ୍ୟରେ ମଦ୍ୟପାନ ପ୍ରତ୍ସୋହାନ ଦେବା ଦୁର୍ଭାଗ୍ୟ ବୋଲି କହିଛନ୍ତି ।
କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ,ଗାଁ ଗହଳିରେ ମଦ ପହଞ୍ଚିବା ପାଇଁ ବ୍ୟବସ୍ଥା କରୁଛନ୍ତି ,ଏହାକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି ।ମଦ ଦ୍ଵାରା ଆକ୍ସିଡେଣ୍ଟ ହେଉଛି ,ରାଜ୍ୟ ସରକାର ପିଇବା ପାଣି ଯୋଗାଇ ନପାରି ମଦ ବେପାର କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି ।

Body:ଷ୍ଟାଣ୍ଡି କମିଟି ରିପୋର୍ଟ ଅନୁସାରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଅବକାରୀ ବିଭାଗ ପ୍ରତିବର୍ଷ ସଫଳତା ହାସଲ କରୁଛି। ୨୦୦୯-୧୦ ବର୍ଷରେ ଓଡ଼ିଶାରେ ଅବକାରୀ ରାଜସ୍ୱ ୮୪୯ କୋଟି ଟଙ୍କା ଥିବା ବେଳେ ୨୦୧୮-୧୯ ବର୍ଷରେ ଏହା ବଢ଼ି ୩,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୯-୨୦ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୪,୬୦୦ କୋଟି ଟଙ୍କା ହେବ ବୋଲି ଲକ୍ଷ୍ୟ ରହିଛି। ଏ ପରିପ୍ରେକ୍ଷୀରେ ଅବକାରୀ ବିଭାଗର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କର୍ମଚାରୀ ସଂଖ୍ୟା ବଢ଼ାଇବା ସହ ଅବକାରୀ ପୁଲିସକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ କ୍ଷେତ୍ର ଅଧିକାରୀଙ୍କ ପାଇଁ ଅଧିକ ଯାନବାହନ ବ୍ୟବସ୍ଥା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ୍‌ କରିଛନ୍ତି।
ଅନ୍ତତଃ ୧୦ଟି ସ୍ଥାନରେ ଆଦର୍ଶ ଅବକାରୀ ଥାନା ପ୍ରତିଷ୍ଠା,ଅନ୍ତତଃ ୧୦ଟି ସ୍ଥାନରେ ଆଦର୍ଶ ଅବକାରୀ ଥାନା ପ୍ରତିଷ୍ଠା, ବେଆଇନ ନିଶା କାରବାର ସଂକ୍ରାନ୍ତରେ ଖବର ଦେଉଥିବା ବ୍ୟକ୍ତିଙ୍କ ଲାଗି ଆକର୍ଷଣୀୟ ପୁରସ୍କାର ଯୋଜନା ଓ ଗ୍ରାମାଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକର ଏମ୍‌ଜିକ୍ୟୁରେ ସଂଶୋଧନ ଲାଗି ମଧ୍ୟ କମିଟି କହିଛନ୍ତି। ବେଆଇନ ଚୋରା ମଦ ରୋକିବା ସହ ଆହୁରି ବେଶି ଅବକାରୀ ରାଜସ୍ୱ ସଂଗ୍ରହ ଲାଗି ରାଜ୍ୟରେ ଆହୁରି ଅଧିକ ଭାରତ ତିଆରି ବିଦେଶୀ ମଦର ଠିପି ବନ୍ଦ ଦୋକାନ ଖୋଲିବାକୁ ଏହି କମିଟି ସୁପାରିସ୍‌ କରିଛନ୍ତି।

ବେଆଇନ ନିଶା କାରବାର ରୋକିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସ୍ପେସାଲ୍ ସ୍କ୍ବାଡ୍‌ ଗଠନ, ଗଞ୍ଜେଇ ଚାଷ ଓ ବେପାର ବିରୋଧରେ କାର୍ଯ୍ୟାନୁଷ୍ଠାନ, ମଦ ଦୋକାନୀଙ୍କୁ ସୁବିଧାରେ ମଦ ଯୋଗାଇବା ପାଇଁ ଓଡ଼ିଶା ପାନୀୟ ନିଗମ ଅଧିକ ଡିପୋ ଖୋଲିବା, ଅବକାରୀ କ୍ୟାଡର୍‌ ପୁନର୍ଗଠନ ସହ ଖାଲିଥିବା ପଦ ପୂରଣ ଆଦି ଲାଗି ଏହି କମିଟି ମଧ୍ୟ ସୁପାରିସ୍‌ କରିଛନ୍ତି।

Conclusion:କମିଟିର ରି ପୋର୍ଟରୁ ଜଣାପଡ଼ିଛି ଯେ ୨୦୦୯-୧୦ ବର୍ଷରେ ରାଜ୍ୟରେ ୨୬୫.୨୬ ଲକ୍ଷ ଲଣ୍ଡନ ପ୍ରୁଫ୍‌ଲିଟର ବିଦେଶୀ ମଦ, ୬୮.୩୯ ଲକ୍ଷ ଲିଟର ଦେଶୀମଦ ଓ ୬୩୫.୧୩ ଲକ୍ଷ ଲିଟର ବିଅର ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଉଠାଇଥିବା ବେଳେ ଏହାର ପରିମାଣ ବର୍ଷକୁ ବର୍ଷ ବୃଦ୍ଧି ପାଇ ୨୦୧୮-୧୯ ବେଳକୁ ଯଥାକ୍ରମେ ୫୨୮.୯୨ ଲିଟର, ୯୫.୫୬ ଲିଟର ଓ ୮୬୭.୫୩ ଲିଟରରେ ପହଞ୍ଚିଛି। ଅବକାରୀ ରାଜସ୍ୱ ଛଡ଼ା ମଦରୁ ବିକ୍ରି କର, ପ୍ରବ‌େଶ କର ଇତ୍ୟାଦି ବାବଦରେ ଗତ ଆର୍ଥିକ ବର୍ଷରେ ୧୬୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିଛି। ରାଜ୍ୟ ମଦ ନିଗମର ବାର୍ଷିକ ଆୟବ୍ୟୟ ୨୦୦୭-୦୮ ବର୍ଷରେ ୭୩୫ କୋଟି ୨୮ଲକ୍ଷ ଥିବା ବେଳେ ତାହା ବଢ଼ି ବଢ଼ି ୨୦୧୮-୧୯ ବର୍ଷରେ ୪୭୩୮ କୋଟି ୩୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ମଦ ନିଗମ ୨୦୦୨-୦୩ରୁ୨୦୧୮-୧୯ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୮୯ କୋଟି ଟଙ୍କା ପ୍ରଦାନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.