ନୂଆଦିଲ୍ଲୀ: ଗତ ମେ 30ରେ ନରେନ୍ଦ୍ର ମୋଦି ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ରୂପେ ଶପଥ ପାଠ କରିଛନ୍ତି । ଏଥିସହ ଅନେକ ନେତାଙ୍କୁ ବିଭିନ୍ନ ପଦବୀ ବଣ୍ଟା ଯାଇଛି । ତେବେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଥିବା ରମେଶ ପୋଖରିଆଲ ନିଶଙ୍କଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ରୂପେ ଗାଦିରେ ବସାଯାଇଛି ।
ତେବେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତ୍ରୀପଦକୁ ମୁଁ ସମ୍ମାନ କରେ । ଏଥିସହ ମୋତେ ଦିଆଯାଇଥିବା କାର୍ଯ୍ୟକୁ ମୁଁ ନିଷ୍ଠାର ସହ ସମ୍ପାଦନ କରିବା ପାଇଁ ମୁଁ ଚେଷ୍ଟା କରିବି । ପ୍ରକାଶ ଥାଉକି,1991ରେ ରମେଶ ପୋଖରିୟାଲ ପ୍ରଥମେ କର୍ଣପ୍ରୟାଗ ନିର୍ବାଚନ କ୍ଷେତ୍ରରୁ ଉତ୍ତରପ୍ରଦେଶର ବିଧାନସଭା ପାଇଁ ଚୟନ ହୋଇଥିଲେ । ଏହାପରେ 1993 ଏବଂ 1996ରେ ମଧ୍ୟ ପୁନଃର୍ବାର ଉତ୍ତରପ୍ରଦେଶର ବିଧାନସଭା ପାଇଁ ଚୟନ ହୋଇଥିଲେ । ଏହାପରେ 2009ରୁ 2011 ପର୍ଯ୍ୟନ୍ତ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ ।