ETV Bharat / bharat

ଗିରଫ ହେଲେ ପଳାତକ ବ୍ୟବସାୟୀ ନୀରବ ମୋଦି - Fugitive diamond merchant

ନୀରବ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଠାରୁ 13, 500 କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିଲେ । ପିଏନବି ଦୁର୍ନୀତିରେ ସମ୍ପୃକ୍ତ ଅଭିଯୋଗରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା ।

ଫାଇଲ ଫଟୋ
author img

By

Published : Mar 20, 2019, 3:35 PM IST

ଲଣ୍ଡନ: ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଭାରତର ପଳାତକ ବ୍ୟବସାୟୀ ନୀରବ ମୋଦି । ଆଜି ଲଣ୍ଡନରେ ପୋଲିସ ତାଙ୍କୁ ହଲବର୍ଣ୍ଣ ମେଟ୍ରୋ ଷ୍ଟେସନରୁ ଗିରଫ କରିଛି । ଆଉ କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ ନୀରବ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଠାରୁ 13, 500 କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିଲେ । ପିଏନବି ଦୁର୍ନୀତିରେ ସମ୍ପୃକ୍ତ ଅଭିଯୋଗରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା । ସିବିଆଇର ପ୍ରତ୍ୟାର୍ପଣ ଆବେଦନ ପରେ ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ ୱାରେଣ୍ଟ ଜାରି କରିଥିଲେ ।

ତେବେ ଗିରଫ ପରେ ଆଜି 3ଟା 30 ମିନିଟରେ ତାଙ୍କୁ ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି । ସୂଚନାନୁସାରେ ଗତ ୯ ତାରିଖରେ ନୀରବଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ ଅନୁରୋଧ କରିଥିଲା । ଏହାକୁ ବ୍ରିଟେନ ସରକାର ଗ୍ରହଣ କରିଥିଲେ । ପଳାତକ ନୀରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ସରକାର ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଭାରତ-ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟଙ୍କ ଅନୁମତି ଜରୁରୀ ।

Slug_ ପାଣିଗାଣ୍ଡା ଜଙ୍ଗଲରେ ଲାଣ୍ଡମାଇନ୍ସ ଗୋଟିଏ ଦେଶୀ ବନ୍ଧୁକ ଜବତ
FORMAT-AVO
REPOTER-HARIHARA PATNAIK 
PLACE-GAJAPATI
DATE-17.03.19
Anchor_ ଗଜପତି ଜିଲ୍ଲା ଅଡବା ଥାନା ପାଣିଗଣ୍ଡା ଜଙ୍ଗଲରେ ପୋଲସ  ଓ ଡିଭିଏଫ ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ 35kg ଓଜନର ଲାଣ୍ଡମାଇନ୍ସ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଓ ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଙ୍ଗ ଅପରେସନ ଚାଲୁ ରହିଥିବା ବେଳେ ଆଜି ସକାଳୁ ପାଣିଗଣ୍ଡା ରାସ୍ତାର ମାତ୍ର ଶହେ ମିଟର ଦୂରରୁ ଏହି ଟିଫିନ ବୋମା ସହ ଦେଶୀ ବନ୍ଧୁକ ଉଦ୍ଧାର ହୋଇଇଥିଲା । ଉଦ୍ଧାର ହୋଇଥିବା ଲାଣ୍ଡମାଇନ୍ସ ଓ ବନ୍ଧୁକ ଗତ 6 ମାସରୁ ବର୍ଷେ ପୁରୁଣା ହେବେ ବୋଲି ସୂଚନା । ତେବେ ଘଟଣା ସ୍ଥଳରେ ଏସପି ପହଂଚି ଘଟଣାର ଅନୁଧ୍ୟାନ କରିଥିବା ବେଳେ ଆଗକୁ କୁମ୍ବିଙ୍ଗ ଜୋରଦାର କରାଯିବ ବୋଲି କହିଛନ୍ତି,
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.