ETV Bharat / bharat

ଭାରତୀୟଙ୍କ ପାଇଁ ନେଟଫ୍ଲିସର ଅଫର, ଆସୁଛି ଏଚଡି ମୋବାଇଲ୍ ପ୍ଲସ ପ୍ଲାନ

ନେଟଫ୍ଲିକ୍ସ ଖୁବ୍ ଶୀଘ୍ର ଭାରତୀୟଙ୍କ ପାଇଁ ଏକ ମୋବାଇଲ୍ ପ୍ଲସ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ନେଟଫ୍ଲିକ୍ସର ଏହି ପ୍ଲାନ ମୋବାଇଲ୍, ଟାବଲେଟ୍ ଏବଂ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଇଁ ଏଚଡି ଷ୍ଟ୍ରିମିଂ ସୁବିଧା ଉପଲବ୍ଧ କରିବ । ଅଧିକ ପଢନ୍ତୁ...

ଭାରତୀୟଙ୍କ ପାଇଁ ନେଟଫ୍ଲିସର ଅଫର, ଆସୁଛି ଏଚଡି ମୋବାଇଲ୍ ପ୍ଲସ ପ୍ଲାନ
ଭାରତୀୟଙ୍କ ପାଇଁ ନେଟଫ୍ଲିସର ଅଫର, ଆସୁଛି ଏଚଡି ମୋବାଇଲ୍ ପ୍ଲସ ପ୍ଲାନ
author img

By

Published : Jul 22, 2020, 3:41 PM IST

ନୂଆଦିଲ୍ଲୀ: ଭାରତରେ ଡିମାଣ୍ଡରେ ରହିଆସୁଥିବା ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ । ଏହା ଖୁବ୍ ଶୀଘ୍ର ଭାରତୀୟଙ୍କ ପାଇଁ ଏକ ମୋବାଇଲ୍ ପ୍ଲସ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ନେଟଫ୍ଲିକ୍ସର ଏହି ପ୍ଲାନ ମୋବାଇଲ୍, ଟାବଲେଟ୍ ଏବଂ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଇଁ ଏଚଡି ଷ୍ଟ୍ରିମିଂ ସୁବିଧା ଉପଲବ୍ଧ କରିବ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହି ଯୋଜନାର ମୂଲ୍ୟ ମାତ୍ର 349 ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସର ମୋବାଇଲ୍ ପ୍ଲସ୍ ପ୍ଲାନର ବର୍ତ୍ତମାନ ଟେଷ୍ଟ ଜାରି ରହିଛି । ଏହା ଶେଷ ହେବାପରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ । ଯଦିଚ ଏହି ମୋବାଇଲ୍ ପ୍ଲସ୍ ପ୍ଲାନ ସମସ୍ତ ପ୍ଲାଟଫର୍ମ ଉର୍ଦ୍ଧିଷ୍ଟ ଅଟେ ମାତ୍ର ଏହା ବର୍ତ୍ତମାନ ପାଇଁ କେବଳ ଗୋଟିଏ ଡିଭାଇସରେ ହିଁ ବ୍ୟବହାର କରାଯାଇ ପାରିବ ।

ନେଟଫ୍ଲିକ୍ସ ଗତ ବର୍ଷ ଭାରତରେ ଏକ ମୋବାଇଲ୍ ପ୍ଲାନ ପ୍ରସ୍ତୁତ କରିଥିଲା ​​ଯାହାର ମୂଲ୍ୟ 199 ଟଙ୍କା ଥିଲା ଏବଂ ଏହା କେବଳ ଏସଡି ଷ୍ଟ୍ରିମିଂ ପାଇଁ ଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନକୁ ଏଚଡି ପାଇଁ ମଧ୍ୟ ପ୍ରସ୍ତୁତ କରିଛି ।

ତେବେ 499 ଟଙ୍କା ବ୍ୟତୀତ ଭାରତରେ ଅନ୍ୟ ଦୁଇଟି ନେଟଫ୍ଲିକ୍ସ ପ୍ଲାନ ରହିଛି । ସେଥିମଧ୍ୟରୁ ଗୋଟିଏ 649 ଟଙ୍କା ଏବଂ ଅନ୍ୟଟି 799 ଟଙ୍କା ଧାର୍ଯ୍ୟ କରାଯାଇଛି । 649 ଟଙ୍କାର ପ୍ଲା୍ନ ଏଚଡି ବିଷୟବସ୍ତୁ ଏବଂ ଦୁଇଟି ଡିଭାଇସ୍ ସପୋର୍ଟ ସହିତ ଆସିଥିବାବେଳେ 799 ଟଙ୍କାର ପ୍ଲାନ 4କେ, ଏଚଡିଆର କଣ୍ଟେଣ୍ଟ, ୟୁଏଚଡି ଏବଂ ଚାରୋଟି ଡିଭାଇସ୍ ସପୋର୍ଟ ସହିତ ଉପଲବ୍ଧ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.