ଚଣ୍ଡିଗଡ: ପୁଣି ଅବହେଳିତ ରୋଗୀ। ପଞ୍ଜାବରେ ଜଣେ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା କରାଯିବାରୁ ଡାକ୍ତରଖାନାର ବାହାରେ ମହିଳା ଜଣକ ଏକ ନବଜାତକକୁ ଜନ୍ମ ଦେଇଛନ୍ତି ।
ପଞ୍ଜାବର ମୋଗା ଠାରେ ଥିବା ସରକାରୀ ଡାକ୍ତରଖାନାରେ ରବିବାର ଜଣେ ଗର୍ଭବତୀଙ୍କୁ ଅବହେଳା କରାଯିବା ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସକାଳ ସମୟ ପାଖାପାଖି 5ଟାରେ ତାଙ୍କୁ ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ମହିଳାଙ୍କ ରକ୍ତହୀନତା ଦର୍ଶାଇ ଫରିଦାକୋର୍ଟ ପଠାଇ ଦେଇଥିଲେ । ମାତ୍ର ମହିଳା ଜଣକ ଡାକ୍ତଖାନାର ବାହାରେ ଥିବା ଗାଡି ପାର୍କିଂରେ ଶିଶୁକୁ ଜନ୍ମ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ