ETV Bharat / bharat

1947ରେ ସବୁ ମୁସଲମାନଙ୍କୁ ପାକିସ୍ତାନ ପଠେଇଦେବାର ଥିଲା: ଗିରିରାଜ ସିଂହ

ଏଆଇଏମଆଇଏମ ନେତା ବାରିସ ପଠାନଙ୍କ ବିବାଦୀୟ ବୟାନକୁ ନେଇ ସେ କଂଗ୍ରେସ, ଆରଜେଡି ଓ କଥିତ ‘ଟୁକଡେ-ଟୁକଡେ ଗ୍ୟାଙ୍ଗ’ ଉପରେ ବର୍ଷିଛନ୍ତି । ହିନ୍ଦୁସ୍ଥାନକୁ ପାକିସ୍ତାନରେ ପରିବର୍ତ୍ତନ କରିବାକୁ ଚାହୁଁଛ କି ବୋଲି ଏହି ତିନି ଦଳକୁ ସେ ପ୍ରଶ୍ନ କରିଛନ୍ତି । ଏତିକିରେ ଶାନ୍ତ ପଡି ନାହାଁନ୍ତି ଗିରିରାଜ । 1947ରେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠେଇଦେବା ଉଚିତ ଥିଲା ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 21, 2020, 8:31 PM IST

ପାଟନା: ନିଜର ବିବାଦୀୟ ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣି ଏକ ବିବାଦୀୟ ବୟାନ୍‌ ଦେଇଛନ୍ତି । ଏଆଇଏମଆଇଏମ ନେତା ବାରିସ ପଠାନଙ୍କ ବିବାଦୀୟ ବୟାନକୁ ନେଇ ସେ କଂଗ୍ରେସ, ଆରଜେଡି ଓ କଥିତ ‘ଟୁକଡେ-ଟୁକଡେ ଗ୍ୟାଙ୍ଗ’ ଉପରେ ବର୍ଷିଛନ୍ତି । ହିନ୍ଦୁସ୍ଥାନକୁ ପାକିସ୍ତାନରେ ପରିବର୍ତ୍ତନ କରିବାକୁ ଚାହୁଁଛ କି ବୋଲି ଏହି ତିନି ଦଳକୁ ସେ ପ୍ରଶ୍ନ କରିଛନ୍ତି । ଏତିକିରେ ଶାନ୍ତ ପଡି ନାହାଁନ୍ତି ଗିରିରାଜ । 1947ରେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠେଇଦେବା ଉଚିତ ଥିଲା ବୋଲି ସେ କହିଛନ୍ତି ।

ଗିରିରାଜ ସିଂହ ଆହୁରି କହିଛନ୍ତି ଯେ, ଆମ ପୂର୍ବପୁରୁଷଙ୍କ ଭୁଲର ପରିଣାମ ଏବେ ଆମକୁ ଭୋଗିବାକୁ ପଡୁଛି । ଦେଶ ବିଭାଜନ ସମୟରେ ମୁସଲମାନଙ୍କୁ ପାକିସ୍ତାନ ପଠାଇବା ଓ ହିନ୍ଦୁଙ୍କୁ ସେଠାରୁ ଆଣିନପାରିବାର କୁପରିଣାମ ଭାରତ ଏବେ ଭୋଗୁଛି ବୋଲି ସେ କହିଛନ୍ତି ।

ବିହାର ସୀମାଞ୍ଚଳ କ୍ଷେତ୍ରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗିରିରାଜ ଏଭଳି ବୟାନ ଦେଇଛନ୍ତି । 1947 ପୂର୍ବରୁ ଆମ ପୂର୍ବପୁରୁଷ ସ୍ବାଧୀନତା ସଂଗ୍ରାମରେ ଲଢେଇ କରୁଥିବା ସମୟରେ ମହମ୍ମଦ ଅଲ୍ଲୀ ଜିନ୍ନା ଇସଲାମିକ ଷ୍ଟେଟର ଯୋଜନା କରୁଥିଲେ । ଏବେ ସମୟ ଆସିଛି ପୁନର୍ବାର ବିଚାର କରିବା ପାଇଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଦେଶରେ ନାଗରିକତା ସଂଶୋଧନ କାନୁନର ବିରୋଧ ବାହାନାରେ ଭାରତ ବିରୋଧୀ ଏଜେଣ୍ଡା କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚଲାଉଥିବା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଏଆଇଏମଆଇଏମ ନେତା ବାରିସ ପଠାନଙ୍କ ୧୫ କୋଟି ମୁସଲମାନ ବନାମ ବାକି ୧୦୦ କୋଟି ମନ୍ତବ୍ୟକୁ ନେଇ ସାରା ଦେଶରେ କଡା ନିନ୍ଦା ଓ ବିରୋଧ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.